ରାଉରକେଲା: ହଷ୍ଟେଲ ଖାଲି କରିବା ପାଇଁ ଏନଆଇଟିର ଫାଇନାଲ୍ ଇୟର ଛାତ୍ରଛାତ୍ରୀଙ୍କୁ ମେଲ୍ ପଠାଇଯାଇଛି । ଯାହାକୁ ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।
ତେବେ ଲାକଡାଉନ ପୂର୍ବରୁ ଦେଶର ବିଭିନ୍ନ ଭାଗରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ହୋଷ୍ଟେଲ ଖାଲି କରିବାକୁ ପଡିଥିଲା । ସେମାନେ ନିଜ ଜିନିଷ ପତ୍ର ଛାଡି କୌଣସି ପ୍ରକାର ସହର ଛାଡିଥିଲେ। ଆଉ ଜୁନ ମାସରେ ସେମାନଙ୍କୁ ହଷ୍ଟେଲ ଖାଲି କରିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏନେଇ ଏନଆଇଟିର ନିର୍ଦ୍ଦେଶକ ଅନିମେଶ ବିଶ୍ବାସଙ୍କୁ ଏକ ଚିଠି ଲେଖିଛନ୍ତି ପରିଷଦର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର । ଏହି ଚିଠିର ଏକ ନକଲ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀକୁ ମଧ୍ୟ ପ୍ରଦାନ କରାଯାଇଛି ।