ଓଡିଶା

odisha

ETV Bharat / city

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ରାଉଲକେଲା ଗସ୍ତ - ରାଉଲକେଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ମନ୍ତ୍ରୀ ଅରୁଣ କୁମାର ସାହୁ

ବୁଧବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ  ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ  ରାଉରକେଲା ଗସ୍ତ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Nov 6, 2019, 9:39 PM IST

ରାଉରକେଲା: ଇସ୍ପାତ ନଗରୀ ଗସ୍ତରେ କୃଷି ଓ କୃଷକ କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ। ବୁଧବାର ସେଠାରେ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀ ରାଉଲକେଲା ଆସିଛନ୍ତି।

ଏଠାରେ ପହଞ୍ଚିବା ପରେ ମନ୍ତ୍ରୀ ଇଲାଇବ୍ରେରି କନ୍ଫରେନ୍ସ ହଲରେ ଏକ ବିଭାଗୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏଥିରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ବିଧାୟକ ସାରଦା ନାୟକ ଓ ଶଙ୍କର ଓରାମ ପ୍ରମୁଖ ଉପସ୍ଥିତ ଥିଲେ।

ଏହାପରେ ଉଚ୍ଚଶିକ୍ଷା ମନ୍ତ୍ରୀ ମୁନିସିପାଲ କଲେଜ ଓ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପର ଶୁଭ ଦେବା ସହ ଉଦଘାଟନ କରିଥିଲେ। ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ସାହୁ ଛେଣ୍ଡସ୍ଥିତ ମଧୁସୂଦନ ଭବନକୁ ଲୋକାର୍ପଣ କରିବା ସହ ସେଠାରେ ବରିଷ୍ଠ ନାଗରିକଙ୍କ ସହିତ ବିଚାରବିମର୍ଶ କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉଲକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details