ଓଡିଶା

odisha

ETV Bharat / city

4 ଆଙ୍ଗନବାଡି କର୍ମୀଙ୍କୁ ଛଟେଇ ଘଟଣା: ପୁନଃନିଯୁକ୍ତି ଦାବିରେ ଧାରଣା - ଚାକରିରୁ ବହିଷ୍କାର

ଚାରି ଆଙ୍ଗନବାଡିକର୍ମୀଙ୍କୁ ବିନା କାରଣରେ ଚାକରିରୁ ବହିଷ୍କାର ଘଟଣାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣରେ ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ...

ଚାରି ଆଙ୍ଗନବାଡି କର୍ମୀଙ୍କୁ ଛଟେଇ: ପୁର୍ନନିଯୁକ୍ତି ଦାବିରେ ଧାରଣା
ଚାରି ଆଙ୍ଗନବାଡି କର୍ମୀଙ୍କୁ ଛଟେଇ: ପୁର୍ନନିଯୁକ୍ତି ଦାବିରେ ଧାରଣା

By

Published : Dec 10, 2019, 7:03 PM IST

ରାଉରକେଲା: ସହରର ପାନପୋଷସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ଅଙ୍ଗନବାଡି କର୍ମୀ । ଚାରି ଆଙ୍ଗନବାଡି କର୍ମୀଙ୍କୁ ବିନା କାରଣରେ ଚାକରିରୁ ବହିଷ୍କାର ଘଟଣାର ପ୍ରତିବାଦରେ ଏହି ଧାରଣା ଦିଆଯାଇଛି । ତେବେ ବିନା କାରଣରେ ଜିଲ୍ଲା ପ୍ରଶାସନ କାହିଁକି ଏ କାର୍ଯନୁଷ୍ଠାନ ଗ୍ରହଣ କରିଛି ? ଏହାର ଜବାବ ମାଗିବା ସହ ବହିଷ୍କୃତ କର୍ମୀଙ୍କ ପୁନଃନିଯୁକ୍ତି ଦାବି କରିଛନ୍ତି ଧାରଣାରତ କର୍ମୀ ।

ଚାରି ଆଙ୍ଗନବାଡି କର୍ମୀଙ୍କୁ ଛଟେଇ: ପୁର୍ନନିଯୁକ୍ତି ଦାବିରେ ଧାରଣା

ଅଙ୍ଗନବାଡିକର୍ମୀଙ୍କ ଅଭିଯୋଗ ଅନୁସାରେ, ଗତ ରବିବାର ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା । ମାତ୍ର ଯେଉଁ କାରଣରୁ ତାଙ୍କୁ ଏହି ଟର୍ମିନେସନ ଲେଟର ମିଳିଛି ତାହା ଭିତ୍ତିହୀନ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଆଗକୁ ଅଙ୍ଗନବାଡିକର୍ମୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ।

ତେବେ ଚାରି ଆଙ୍ଗନବାଡି କର୍ମୀଙ୍କ ବିରୋଧରେ ନିଆଯାଇଥିବା ଏହି କାର୍ଯନୁଷ୍ଠାନ ପ୍ରତ୍ୟାହୃତ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଇଛନ୍ତି ଧାରଣାରତ ଅଙ୍ଗନବାଡି କର୍ମୀ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details