ଓଡିଶା

odisha

By

Published : Jun 6, 2019, 3:17 PM IST

ETV Bharat / city

କଂଗ୍ରେସର ଇଭିଏମ ହ୍ୟାକିଂ ଅଭିଯୋଗ ଭିତ୍ତିହୀନ: ବିଜେପି

କଂଗ୍ରେସ ପକ୍ଷରୁ ଅଣାଯାଇଥିବା ଇଭିଏମ ହ୍ୟାକିଂ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ବିଜେପି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଚଳିତ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ ହ୍ୟାକିଂ ହୋଇଥିବା ନେଇ କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ବିରୋଧିଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ଭିତ୍ତିହୀନ । ପାନପୋଷ ଜିଲ୍ଲା ବିଜେପି କମିଟି ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଦଳୀୟ ନେତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏ ପ୍ରସଙ୍ଗରେ ମତ ରଖି ବିଜେପି ପକ୍ଷରୁ କୁହାଯାଇଛି ନିର୍ବାଚନରେ ପରାସ୍ତ ହେବା ପରେ କଂଗ୍ରେସର ସାଂସଦ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ମୁଣ୍ଡ ଖରାପ ହୋଇଯାଇଛି । ଲୋକେ ବିକାଶ ପାଇଁ ଭୋଟ ଦେଇଛନ୍ତି । ଏଥିସହିତ ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଚଳିତ ନିର୍ବାଚନରେ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଥିବା ସାରଦା ନାୟକ କହିଛନ୍ତି 10 ହଜାର ବିଜେପି ଭୋଟରଙ୍କ ନାମ ଭୋଟର ତାଲିକାରୁ କଟାଇ ଦେଇଥିଲେ । ଏପରି ଅଭିଯୋଗ ଆଣିଛନ୍ତି ରାଉରକେଲା ନିର୍ବାଚନମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details