ଓଡିଶା

odisha

ETV Bharat / city

ଦୁଷ୍କର୍ମକାରୀଙ୍କ ବିରୋଧରେ ଗର୍ଜିଲା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି - protest against rape in rourkela

ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରି ରାସ୍ତାକୁ ଓହ୍ଲାଇଲା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି । ସମିତି ପକ୍ଷରୁ ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

rape against protest
ଗର୍ଜିଲା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି

By

Published : Dec 10, 2019, 3:19 PM IST

ରାଉରକେଲା: ଦେଶରେ ବଢି ଚାଲିଛି ଦୁଷ୍କର୍ମ ମାମଲା । ଅପରାଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାସ୍ତାକୁ ଓହ୍ଲାଇଛି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି । ରାଉରକେଲାରେ ସମିତି ପକ୍ଷରୁ ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଗର୍ଜିଲା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି

ନିର୍ଭୟା କାଣ୍ଡ ପରେ ଗଠିତ ବର୍ମା ଆୟୋଗର ରିପୋର୍ଟ ଲାଗୁ କରିବା ସହିତ ଦୁଷ୍କର୍ମ ପରେ ହତ୍ୟା ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ସମିତି ଦାବି କରିଛି ।

ତେବେ ଜିଲ୍ଲା ସଭାନେତ୍ରୀ ବିନୋଦିନି ଦାଶଙ୍କ ନେତୃତ୍ବରେ ହୋଇଥିବା ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ଶହ ଶହ ମହିଳା । ମହିଳାଙ୍କ ସୁରକ୍ଷାକୁ ନେଇ ସେମାନେ ନାରାବାଜି କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details