ଓଡିଶା

odisha

ETV Bharat / city

କେବେ ପୂରଣ ହେବ ରାଉରକେଲାବାସୀଙ୍କ ବିମାନ ସେବା ସ୍ବପ୍ନ - ବିମାନ ସେବା

ନେତାମାନଙ୍କ ବଡ ବଡ କଥା ସାଙ୍ଗକୁ ଡିଜିସିଏର ଲାଇସେନ୍ସ ପରେ ମଧ୍ୟ ସହରବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି ବିମାନ ବନ୍ଦର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Jul 1, 2019, 11:56 PM IST

ରାଉରକେଲା: ନେତାମାନଙ୍କ ବଡ ବଡ କଥା ସାଙ୍ଗକୁ ଡିଜିସିଏର ଲାଇସେନ୍ସ ପରେ ମଧ୍ୟ ସହରବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି ବିମାନ ବନ୍ଦର । ନିର୍ବାଚନୀ ପ୍ରତିଶୃତି ଭାବେ ବଡ ବଡ କଥା କହି ଖୁବ୍‌ ଶୀଘ୍ର ବିମାନ ସେବା ଆରମ୍ଭ କରିବା ପାଇଁ ଆଶା ଦେଇଥିଲେ ନେତାଏ । ହେଲେ ନିର୍ବାଚନ ସରିବା ପରେ ପୁଣି ସ୍ବପ୍ନ ହୋଇ ରହିଯାଇଛି ବିମାନ ସେବା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏନେଇ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ନା ଲୋକମାନଙ୍କ ଦ୍ବାରା ବଛା ହୋଇଥିବା ପ୍ରତିନିଧିମାନଙ୍କର ନିଜ ଅଞ୍ଚଳବାସୀଙ୍କ ଅଧିକାର ତଥା ସୁବିଧା ପାଇଁ ସ୍ବର ଉତ୍ତୋଳନ କରିବାର ଅଭାବ ସେନେଇ ଉଠିଛି ପ୍ରଶ୍ନ । ତେବେ ଦୀର୍ଘ ଦିନ ଧରି ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଚାଲିଛି ସତ ହେଲେ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ ବିମାନ ବନ୍ଦର ।

ଇସ୍ପାତ ନଗରୀ ହେବା ସହ ସ୍ମାର୍ଟସିଟି ହୋଇଥିବା ସତ୍ତ୍ବେ ବିମାନ ସେବା ଉପଲବ୍ଧ ନ ଥିବାରୁ ବଡ଼ କମ୍ପାନୀ ସହରକୁ ଆସୁ ନାହାନ୍ତି କି ଭଲ ଡାକ୍ତର ଆସିବାକୁ ଚାହୁଁ ନାହାନ୍ତି । ଫଳରେ ଲୋକମାନଙ୍କୁ ରାଞ୍ଚି କିମ୍ବା ଝାରସୁଗୁଡା ଉପରେ ନିର୍ଭର କରିବାକୁ ପଡୁଛି । ତେବେ ବିମାନ ସେବାର ଅଭାବ ଯୋଗୁଁ ରାଉରକେଲା ସହର ପଛୁଆ ରହିବା ନେଇ ଏବେ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details