ରାଉରକେଲା: ବିରମିତ୍ରପୁର ଦମଦାପଡ଼ା ନିକଟରେ ଆଜି(ରବିବାର) ସଂନ୍ଧ୍ୟାରେ ପ୍ରବଳ ଝଡ଼ ତୋଫାନରେ ଏକ ବିରାଟ ଗଛ NH-143 ଉପରେ ପଡ଼ିଥିବାରୁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା । ସୀମାନ୍ତ ଝାଡଖଣ୍ଡ ଯିବା ପାଇଁ ହେଲେ ଏହି NH ଦେଇ ଯିବାକୁ ପଡ଼େ । ହେଲେ ରାସ୍ତା ବନ୍ଦ ହୋଇ ଯାଇଥିବାରୁ ଗାଡ଼ ମଟର ଚଳାଚଳ ବି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।
ରାଉରକେଲାରେ ଝଡ଼ ତୋଫାନ ପରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ - Rourkela storm
ଝଡ଼ ତୋଫାନରେ ରାଉରକେଲା NH-143 ଉପରେ ଗଛ ପଡ଼ି ରାସ୍ତା ବ୍ଲକ । ପରେ ଅଗ୍ନିଶମ କର୍ମଚାରୀ ମାନେ କ୍ରେନ ସହାୟତାରେ ଗଛକୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା । ଅଧିକ ପଢନ୍ତୁ...
ଝଡ଼ ତୋଫାନରେ ରାଉରଲକେଲା NH-143 ରାସ୍ତା ବ୍ଲକ
ପରେ ଅଗ୍ନିଶମ କର୍ମଚାରୀ ମାନେ ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଛକୁ କାଟି କ୍ରେନ ସହାୟତାରେ ଗଛର ବଡ଼ ବଡ଼ ଖଣ୍ଡକୁ ରାସ୍ତାରୁ ହଟାଇ ଥିଲେ । ଫଳରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇ ପାରିଥିଲା ।
ରାଉରକେଲାରରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ
Last Updated : May 10, 2020, 7:51 PM IST