ରାଉରକେଲା: ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର ‘ଏ’ ଏସିଡ ମାଡ ଘଟଣାର ପର୍ଦ୍ଦାଫାସ । ପୋଲିସ ହାତରେ ଧରା ପଡିଛି ଅଭିଯୁକ୍ତ ସନ୍ତୋଷ ସୋନି । ଏପଟେ ଆହତଙ୍କୁ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବନ୍ଧମୁଣ୍ଡା ସେକ୍ଟର 416 କ୍ବାର୍ଟରରେ ରହୁଥିବା ରେଳବାଇ କର୍ମଚାରୀ ନଗେନ୍ଦ୍ର ପାଣ୍ଡେ, ତାଙ୍କ ସ୍ତ୍ରୀ ସଙ୍ଗୀତା, ତାଙ୍କ ଭାଇ ବିଦ୍ୟାକାନ୍ତ ପାଣ୍ଡେ ଏବଂ ମା ସୁଲୋଚନା ଏସିଡ଼ ମାଡରେ ଆହତ ହୋଇଛନ୍ତି । ନଗେନ୍ଦ୍ରର ଭାଇ ବିଦ୍ୟାକାନ୍ତ ଅଭିଯୁକ୍ତ ସନ୍ତୋଷ ସୋନି ସ୍ତ୍ରୀ ସହ କଥା ବାର୍ତ୍ତା କରୁଥିଲା । ସ୍ତ୍ରୀର ନିକଟତର ହେଉଥିବା ସନ୍ଦେହ କରିଥିଲା ସନ୍ତୋଷ । ବିଦ୍ୟାଙ୍କୁ ତାଙ୍କ ପତ୍ନୀ ସହ କଥା ନହେବାକୁ କହିଥିଲା ।