ରାଉରକେଲା: ସୁନ୍ଦରଗଡ଼ ସଦର ଥାନା ନିକଟରେ ସଡ଼କ ଦୁର୍ଘଟଣା। ସ୍କୁଟିକୁ ଧକ୍କା ଦେଲା ଟ୍ରକ। ଏଥିରେ ଦରଲୀପଲି ଏନଟିପିସି ପାୱାର ପ୍ଲାଣ୍ଟ ଏବଂ ଡୁଲିଙ୍ଗା ଏନଟିପିସି କୋଇଲା ଖଣିର ୨ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ମୃତକ ଦୁଇଜଣ ହେଲେ ସସ୍ମିତା କବିରାଜ ଏବଂ ସୂର୍ଯ୍ୟକାନ୍ତ । କୌଣସି କାମ ପାଇଁ ସୁନ୍ଦରଗଡ଼ ଆସି ଏକ ଆକ୍ଟିଭାରେ ଦରଲୀପଲି ଅଭିମୁଖେ ଯାଉ ଥିବା ବେଳେ ସୁନ୍ଦରଗଡ଼ ଏମସିଏଲ ନିକଟ ବାଲିଜୋରି ଛକରେ ୧୨ ଚକିଆ ଟ୍ରକ ସହିତ ଧକ୍କା ହୋଇଥିଲା।
ଭିଡିଓ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା ଏହି ଧକ୍କାରେ ଭାରସାମ୍ୟ ହରାଇ ଦୁହେଁ ପଡିଯାଇଥିଲେ ଏବଂ ଟ୍ରକଟି ଦୁଇ ଜଣଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଉଦ୍ଧାର କରି ମେଡିକାଲକୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିଥିବା ବେଳେ ଏହାର ଡ୍ରାଇଭର ଫେରାର ହୋଇଯାଇଛି।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ