ରାଉରକେଲା: ସ୍ଥାନୀୟ ସେକ୍ଟର-16 ପୂଜା ମଣ୍ଡପ ନିକଟରେ ଦୋଳି ତିଆରି ସମୟରେ ଦୁର୍ଘଟଣା । ଦୁର୍ଘଟଣାରେ 4 ଜଣ ଆହତ ହୋଇଥିବା ସୂଚନା । ଆହତଙ୍କୁ ତୁରନ୍ତ ସ୍ଥାନୀୟ ପୂଜା କମିଟି ସଦସ୍ୟମାନେ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛନ୍ତି ।
ପୂଜା ପେଣ୍ଡାଲରେ ଅଘଟଣ, ଦୋଳିରୁ ପଡି 4 ଆହତ - ପୂଜା ମଣ୍ଡପରେ ଦୁର୍ଘଟଣା
ସ୍ଥାନୀୟ ସେକ୍ଟର-16 ପୂଜା ମଣ୍ଡପ ନିକଟରେ ଦୋଳି ତିଆରି ସମୟରେ ଦୁର୍ଘଟଣା । ଦୁର୍ଘଟଣାରେ 4 ଜଣ ଆହତ ହୋଇଥିବା ସୂଚନା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ସୂଚନା ମୁତାବକ ଦୋଳି ଲଗାଇବା ପାଇଁ ସମ୍ପୃକ୍ତ ଲୋକମାନଙ୍କ ପାଖରେ ଅନୁମତି ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ତେଣେ ଲଗାଣ ବର୍ଷା ଲାଗି ରହିଥିବାବେଳେ ଦୋଳି ଲଗା ଚାଲିଥିବା ସମୟରେ ଏହି ଅଘଟଣ ଘଟିଥିଲା । ବିଭିନ୍ନ ମେଳାରେ ଦୋଳି ଲଗାଯାଉଛି । କିନ୍ତୁ ସରକାରୀ ନିୟମ କଡାକଡି ଲାଗୁ କରା ଯାଉନଥିବାରୁ ଦେଖାଦେଇଛି ବିବାଦୀୟ ପରିସ୍ଥିତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ