ରାଉରକେଲା: କୋରୋନା ଏବେ ବିଶ୍ବବ୍ୟାପୀ ଚିନ୍ତାର ବିଷୟ ପାଲିଟିଥିବା ବେଳେ ଏସମୟରେ କିଛି ଲୋକ କୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରୁଛନ୍ତି । ତେବେ ଏନେଇ ଫେସବୁକରେ ଗୁଜବ ପ୍ରଚାର କରି ରାଉରକେଲାରେ ଜଣେ ଯୁବକ ଗିରଫ ହୋଇଛି । ଗିରଫ ଯୁବକଙ୍କ ନାମ ମହମ୍ମଦ ନସିମ ଅଖତାର ଏବଂ ସେ କୁରେସି ମହଲାରେ ରହୁଥିଲା ।
କୋରୋନା ଜନିତ ମିଥ୍ୟା ଖବର ପ୍ରଚାର କରି ଜଣେ ଯୁବକ ଗିରଫ - ରାଉରକେଲାରେ ଜଣେ ଯୁବକ ଗିରଫ
କୋରୋନା ଏବେ ବିଶ୍ବବ୍ୟାପୀ ଚିନ୍ତାର ବିଷୟ ପାଲିଟିଥିବା ବେଳେ ଏ ସମୟରେ କିଛି ଲୋକ କୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରୁଛନ୍ତି । ତେବେ ଏନେଇ ଫେସବୁକରେ ଗୁଜବ ପ୍ରଚାର କରି ରାଉରକେଲାରେ ଜଣେ ଯୁବକ ଗିରଫ ହୋଇଛି । ଅଧିକ ପଢନ୍ତୁ...
କୋରୋନା ଜନିତ ମିଥ୍ୟା ଖବର ପ୍ରଚାର କରି ଜଣେ ଯୁବକ ଗିରଫ
ବୈଷ୍ଣବ ଦେବୀ ମନ୍ଦିରରେ 400ରୁ ଉର୍ଦ୍ଧ୍ବ ଭକ୍ତ ଫସି ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ 145 ଜଣ କରୋନା ଭାଇରସରେ ଆକ୍ରାନ୍ତ ବୋଲି ଏହି ଯୁବକ ଫେସବୁକରେ ପୋଷ୍ଟ କରିଥିଲା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କର ଛାୟା ଖେଳି ଯାଇଥିଲା । ତେବେ ଏ ବାବଦରେ ଥାନାରେ ଅଭିଯୋଗ ହେବାରୁ ପୋଲିସ ଏକ ମାମଲା ରୁଜୁ କରି ନସିମକୁ ଭାରତୀୟ ପିଙ୍ଗଳ କୋଡ଼ 153A , 195A , 505 ଏବଂ IT ଆକ୍ଟରେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ନସିମଙ୍କ ମୋବାଇଲକୁ ଜବତ କରିଛି ପୋଲିସ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ