ଓଡିଶା

odisha

By

Published : May 18, 2019, 8:49 PM IST

ETV Bharat / city

ପ୍ରଥମେ ଲୁଚିଲୁଚି ଦେଖୁଥିଲେ, ପରେ ପୋଲିସ ନେଲା ବାନ୍ଧି

ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ଯୁବକଙ୍କୁ ପଡିଲା ମହଙ୍ଗା । ବହେ ଛେଚା ଖାଇ ଜେଲ ଗଲେ ଅଭିଯୁକ୍ତ ସୁଶାନ୍ତ ସାମଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: 16 ନମ୍ବର ସେକ୍ଟର ଡିବ୍ଲକ ନିକଟରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଝିଅ ଓ ମହିଳା ବାଥରୁମରେ ଗାଧୋଉଥିବା ବେଳେ ପାଚେରୀ ଡେଇଁ ଜଣେ ଯୁବକ ଝରକା ବାଟେ ଗାଧୋଉଥିବା ଦୃଶ୍ୟ ଦେଖୁଥିଲା। ଏହିସମୟରେ ସ୍ଥାନୀୟ ଲୋକେ ଯୁବକକୁ କାବୁ କରି ନିସ୍ତୁକ ମାଡ ମାରିବା ସହ ପୋଲିସର ଜିମା ଦେଇଛନ୍ତି ।

ଅଭିଯୁକ୍ତ ଜଣକ ହେଲା ସୁଶାନ୍ତ ସାମଲ । ସେ 6 ନମ୍ବର ସେକ୍ଟର କଲ୍ୟାଣୀ ବସ୍ତିରେ ରୁହ । ପୂର୍ବରୁ ମଧ୍ୟ ଯୁବକ ଜଣକ ବିଭିନ୍ନ ସେକ୍ଟରରେ ବୁଲି ମହିଳା, ଗାଧୋଉଥିବା ବେଳେ ଝରକାପଟେ ଲୁଚି ଦେଖୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏନେଇ 15 ନମ୍ବର ସେକ୍ଟର ଥାନା ପୋଲିସ ଯୁବକକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details