ଓଡିଶା

odisha

ETV Bharat / city

ରାଉରକେଲାରେ ସ୍ବାସ୍ଥ୍ୟ ସମସ୍ୟା ବୁଝିବେ 14ଜଣିଆ ଡାକ୍ତରୀ ଦଳ - କୋରୋନା ଲ୍ୟାଟେଷ୍ଟ ନ୍ୟୁଜ୍

ଟେଲିଫୋନ ଯୋଗେ ବିଭିନ୍ନ ଛୋଟ ଛୋଟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସଂପର୍କରେ ଡାକ୍ତରଙ୍କ ଠାରୁ ପରାମର୍ଶ ନେବା ଲାଗି ୧୪ ଜଣ ଡାକ୍ତରଙ୍କ ସୂଚୀ ଜାରି କରିଛି ରାଉରକେଲା ମହାନଗର ନିଗମ। ଅଧିକ ଖବର ପଢନ୍ତୁ...

health issues
ରାଉରକେଲା ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ବୁଝିବାକୁ 14 ଜଣିଆ ଡାକ୍ତରୀ ଟିମର ତାଲିକା ପ୍ରକାଶ

By

Published : Apr 3, 2020, 10:30 AM IST

ରାଉରକେଲା: କୋରୋନା ପାଇଁ ସାରା ରାଜ୍ୟରେ ଆତଙ୍କର ବାତାବରଣ। ଲକଡାଉନ ସମୟରେ ଲୋକମାନେ ଭୟବୀତ ଅବସ୍ଥାରେ ରହୁଛନ୍ତି। ତେବେ ଲୋକଙ୍କ ଛୋଟ ବଡ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ରାଉରକେଲା ମହାନଗର ନିଗମ ଏକ ଡାକ୍ତରୀ ସୂଚୀ ଜାରି କରିଛି।

ରାଉରକେଲା ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ବୁଝିବାକୁ 14 ଜଣିଆ ଡାକ୍ତରୀ ଟିମର ତାଲିକା ପ୍ରକାଶ

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଘୋଷଣା ହୋଇଥିବା ଲକଡାଉନ ପରିପ୍ରେକ୍ଷୀରେ ସାଧାରଣ ନାଗରିକ ମାନେ ନିଜ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ହୋଇପଡିଛନ୍ତି। ତେବେ ଟେଲିଫୋନ ଯୋଗେ ବିଭିନ୍ନ ଛୋଟ ଛୋଟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସଂପର୍କରେ ଡାକ୍ତରଙ୍କ ଠାରୁ ପରାମର୍ଶ ନେବା ଲାଗି ୧୪ ଜଣ ଡାକ୍ତରଙ୍କ ସୂଚୀ ଜାରି କରିଛି ରାଉରକେଲା ମହାନଗର ନିଗମ।

ସହରର ଏକ ସ୍ୱେଚ୍ଛାସେବୀ ସଂସ୍ଥା ସ୍ମାଇଲ୍ ଫର୍ ଏଭର୍ ସହଯୋଗରେ ମହାନଗର ନିଗମ ଏହି ପ୍ରୟାସ ଆରମ୍ଭ କରିଛି। କୋରୋନା ସଂପର୍କିତ କିମ୍ବା ଅନ୍ୟ କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିଲେ, ଲକଡାଉନ ଅବଧି ମଧ୍ୟରେ ଡାକ୍ତରଖାନା ଯାଇ ଭିଡ଼ ନଜମାଇବା ଲାଗି ମହାନଗର ନିଗମ କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଅନୁରୋଧ ଜଣାଇଛନ୍ତି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details