ରାଉରକେଲା: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବିଚିତ୍ର ନୋଟିସ । ରାଉରକେଲା ପରିବହନ କାର୍ଯ୍ୟାଳୟ ପରିସରରେ ପାନ ଛେପ ପକାଇଲେ 5 ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ତଥା ଜୋରିମାନା ନଦେଲେ ମୁହଁରେ ଚୂନ ଲଗାଇ ବୁଲାଯିବ ବୋଲି ହାତଲେଖା ନୋଟିସରେ ଲେଖାଯାଇଛି ।
ଦେଶରେ ସ୍ବଚ୍ଛ ଭାରତ ମିଶନକୁ ସଫଳ କରିବାକୁ ଅନେକ ଅର୍ଥ ଖର୍ଚ୍ଚ କରାଯାଉ ଥିବାବେଳେ ଖୋଦ ସରକାରୀ କାର୍ଯ୍ୟଳୟରେ ପାନ ଛେପ ପକାଇବା ଘଟଣା ଆଲୋଡନ ସୃଷ୍ଟି କରିଛି । RTO କାର୍ଯ୍ୟାଳୟର ସିଡି ପାହାଚରେ ପାନ ଛେପ ପକାଇବାକୁ ରୋକିବାକୁ ଠାକୁରଙ୍କ ଫଟୋ ମଧ୍ୟ ଲଗାଯାଇଥିଲା । ମାତ୍ର ଏହା ପରେ ବି ଏହାକୁ ମାନି ନଥିଲେ ଲୋକେ ।