ଓଡିଶା

odisha

ETV Bharat / city

ଦଲାଲଙ୍କ କବଜାରେ ରାଉରକେଲା RTO ଅଫିସ, 8 ଗିରଫ

ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ସକ୍ରିୟ ହୋଇ ଉଠିଛନ୍ତି ଦଲାଲ । ଦଲାଲ ଦମନ ନେଇ ଆରମ୍ଭ ହୋଇଛି ଅଭିଯାନ । ରାଉରକେଲା ଏସପିଙ୍କ ନେତୃତ୍ତ୍ବରେ ରାଉରକେଲା RTO ଅଫିସ ତଥା RGHରେ ପୋଲିସ ଚଢାଉ କରିଛି । ରାଉରକେଲା RTO ଅଫିସରୁ 8 ଦଲାଲ ଧରାପଡିଥିବା ବେଳେ RGHରୁ 4 ଜଣ ଦଲାଲ ଧରାପଡିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Sep 26, 2019, 10:20 PM IST

ରାଉରକେଲା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଦଲାଲ ଦମନ ଅଭିଯାନ । ଏସପିଙ୍କ ନେତୃତ୍ବରେ ରାଉରକେଲା RTO ଅଫିସ ତଥା RGHରେ ପୋଲିସର ଚଢାଉ । RTO ଅଫିସରୁ 8 ଜଣ ଦଲାଲ ଧରାପଡିଥିବା ବେଳେ RGHରୁ 4 ଜଣ ଦଲାଲ ଧରାପଡିଛନ୍ତି । ଉଦିତନଗର ପୋଲିସ ଏମାନଙ୍କୁ ଗିରଫ କରି ପଚରାଉଚରା କରୁଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ଧରାପଡିଥିବା 8 ଜଣ ଦଲାଲଙ୍କ ମଧ୍ୟରୁ 2 ଜଣ ପୂର୍ବରୁ ଧରାପଡିଥିବା ସୂଚନା ରହିଛି । RTO କାର୍ଯ୍ୟାଳୟରେ ଗତ ମାସ 13 ଜଣ ଧରା ପଡିବା ପରେ ଦଲାଲ ଡରିଯାଇଥିଲେ। କିନ୍ତୁ ନୂଆ ମୋଟରଯାନ ଆଇନ ଆସିବା ପରେ ଏମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି । ସେପଟେ ଯଦି ଦଲାଲମାନଙ୍କ ସାହାଯ୍ୟ ଲୋକମାନେ ନେଉ ନାହାନ୍ତି ହେଲେ ଫର୍ମ ଖଣ୍ଡେ ମିଳିବା କଷ୍ଟକର ହୋଇଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details