ଓଡିଶା

odisha

By

Published : Sep 23, 2019, 2:11 PM IST

ETV Bharat / city

ରାଉରକେଲାରେ ପଲସର ଆତଙ୍କ, ଲୁଟିଲେ 6 ଲକ୍ଷ 50 ହଜାର

ଉଦିତନଗରରେ ଲୁଟ୍ । ଠିକା କମ୍ପାନୀର କର୍ମଚାରୀ ରଞ୍ଜନ କୁମାର ଧଳ ଷ୍ଟେଟ ବ୍ୟାଙ୍କରୁ 6 ଲକ୍ଷ 50 ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲା: ଉଦିତନଗରରେ ଲୁଟ୍ । ଠିକା କମ୍ପାନୀର କର୍ମଚାରୀ ରଞ୍ଜନ କୁମାର ଧଳ ଷ୍ଟେଟ ବ୍ୟାଙ୍କରୁ 6 ଲକ୍ଷ 50 ହଜାର ଟଙ୍କା ଉଠାଇ ବାଇକରେ ଯାଉଥିଲେ । ରାଉରକେଲା ମ୍ୟୁନିସିପାଲ କର୍ପୋରେସନ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଜଣ ପଲସର ବାଇକରେ ଆସି ଟଙ୍କା ବ୍ୟାଗ ଛଡାଇ ନେଇ ପଳାଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ଲୁଟେରାମାନେ ପଳାଇବାବେଳେ ସେମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏବେ ଉଦିତ ନଗର ଥାନା ପୋଲିସ ବ୍ୟାଙ୍କର ସିସିଟିଭି କ୍ୟାମେରାକୁ ଯାଞ୍ଚ କରି ତଦନ୍ତ କରୁଛି । ଏପର୍ଯ୍ୟନ୍ତ ଲୁଟେରାଙ୍କ କୌଣସି ସୁରାକ୍ ମିଳିନଥିବା ବେଳେ ପୋଲିସ କେତେ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details