ରାଉରକେଲା: ଲାଠିକଟା ଆଦର୍ଶ ବିଦ୍ୟାଳୟରେ ଅଘଟଣ । ସ୍କୁଲ ହଷ୍ଟେଲ ଖାଦ୍ୟ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡିଛନ୍ତି 5 ଛାତ୍ରୀ । ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଲାଠିକଟା ଆଦର୍ଶ ବିଦ୍ୟାଳୟର 5 ଛାତ୍ରୀ ଅସୁସ୍ଥ, କାରଣ ଅସ୍ପଷ୍ଟ
ରାଉରକେଲା ଲାଠିକଟା ଆଦର୍ଶ ବିଦ୍ୟାଳୟର 5 ଛାତ୍ରୀ ଅସୁସ୍ଥ । ସମସ୍ତଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଲାଠିକଟା ଆଦର୍ଶ ବିଦ୍ୟାଳୟର 5 ଛାତ୍ରୀ ଅସୁସ୍ଥ, କାରଣ ଅସ୍ପଷ୍ଟ
ସୂଚନା ଅନୁଯାୟୀ, ହଷ୍ଟେଲରେ ରହୁଥିବା ଏହି ଛାତ୍ରୀ ମାନେ ସକାଳେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ବେଡ୍ ନଥିବାରୁ ତଳେ ସେମାନଙ୍କ ଚିକିତ୍ସା କରାଯାଉଛି । ତେବେ କେଉଁ କାରଣରୁ ସେମାନଙ୍କ ଦେହ ଅସୁସ୍ଥ ହୋଇଛି ତାହା ଜଣା ପଡିନାହିଁ ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ