ରାଉରକେଲା: ଲକଡାଉନ କାରଣରୁ ବିଭିନ୍ନ ସ୍ଥାନରେ ଫଶି ରହିଥିବା ପ୍ରବାସୀ ଶ୍ରମିକ ମାନେ ଭୋକ ଉପବାସ, ବିନା ରୋଜଗାରରେ କେତେ ଦିନ ଅନ୍ୟ ରାଜ୍ୟରେ ପଡି ରହିବେ ସେନେଇ ଏବେ ସେମାନେ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାଙ୍କ ପକ୍ଷରୁ ଟ୍ରେନ ସୁବିଧା କରାଯାଇଥିବାବେଳେ କିଛି ଶ୍ରମିକ ଏଥିରୁ ବଞ୍ଚିତ ରହିଛନ୍ତି । ଯାହାକୁ ନେଇ ସେମାନେ ସାଇକେଲ ଓ ଚାଲି ଚାଲି ନିଜ ରାଜ୍ୟକୁ ଫେରୁଥିବାର ଦେଖିବାକୁ ମିଳୁଛି ।
ସେହିପରି ସୋମବାର ଝାଡଖଣ୍ଡର ଧନବାଦରୁ ଚାଲି ଚାଲି ନିଜ ଘର ଭବାନୀପାଟଣା ଯାଉଥିବା 13 ଜଣ ପ୍ରବାସୀ ଶ୍ରମିକ ମାନଙ୍କୁ ପୋଲିସ ଉଦ୍ଧାର କରିବା ପରେ ସୁରକ୍ଷିତରେ ରଖିଛି । ଅନ୍ୟପଟେ ୟୁପି ର 21 ଜଣ ଶ୍ରମିକଙ୍କୁ ବିଶ୍ରା ଛକ ନିକଟରେ ଦେଖିବା ପରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା । ପରେ ସମସ୍ତ 34 ଜଣ ଶ୍ରମିକଙ୍କୁ ପୋଲିସ ରହିବା ଖାଇବା ବ୍ୟବସ୍ଥା ପାଇଁ RMC ର TMCକୁ ପଠାଯାଇଛି ।