ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅଧିନସ୍ଥ ସବଡେଗା-ବାଲିଶଙ୍କରା ରାସ୍ତାର କୂଳହିଆଯୋର ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ ସହ ପିଟି ହେବାରୁ 3 ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଗତ ଗୁରୁବାର ସବଡେଗା ଅଞ୍ଚଳର ତିନି ସାଙ୍ଗ ଏକ ବାଇକରେ ବାଲିଶଙ୍କରାକୁ ଭୋଜି ଖାଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଫେରୁଥିବା ବେଳେ ଉକ୍ତ ରାସ୍ତାରେ ଦିନରୁ ପଡିରହିଥିବା ଦୁଇଟି ଦୁର୍ଘଟଣାଗ୍ରସ୍ତ ଟ୍ରକ ସହ ପିଟି ହୋଇଥିଲେ। ଯାହାଫଳରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଶନିବାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଦିନ ବେଳା ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ରାସ୍ତା ଉପରେ ଛାଡି ଦିଆଯାଇବାରୁ ଏଭଳି ଦୁର୍ଘଟଣା ଘଟିଛି। ଯେଉଁଥିରେ ପୋଲିସର ଦାୟିତ୍ବହୀନତା ସାମ୍ନାକୁ ଆସିଛି।
ଦୁର୍ଘଟଣାଗ୍ରସ୍ତ ଟ୍ରକ ସହ ପିଟିହୋଇ ୩ ଯୁବକ ମୃତ - sabdega accident
ସୁନ୍ଦରଗଡ଼ର ତଳସରା ଥାନା ଅଧିନସ୍ଥ ସବଡେଗା-ବାଲିଶଙ୍କରା ରାସ୍ତାର ସବଡେଗା ନିକଟସ୍ଥ କୂଳହିଆଯୋର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରକ ସହ ପିଟି ହେବାରୁ 3 ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।
![ଦୁର୍ଘଟଣାଗ୍ରସ୍ତ ଟ୍ରକ ସହ ପିଟିହୋଇ ୩ ଯୁବକ ମୃତ accident](https://etvbharatimages.akamaized.net/etvbharat/prod-images/768-512-5359720-thumbnail-3x2-screenshot-1559jpeg.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ