ଓଡିଶା

odisha

ETV Bharat / city

ଜଙ୍ଗଲରୁ 2 ହକି ଖେଳାଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ହକି ଖେଳାଳି

ଝାଡ଼ଖଣ୍ଡ-ରାଉରକେଲା ସୀମାନ୍ତ ସିମଡେଗା ଥାନା ଅଞ୍ଚଳ ଅରଣୀ ଗାଁରେ ଅଭାବନୀୟ ଘଟଣା । ଏଠାରେ ଥିବା ଏକ ଜଙ୍ଗଲରୁ ଉଦ୍ଧାର ହେଲା 2 ଛାତ୍ରୀଙ୍କ ମୃତଦେହ । ଉଭୟ ଏକ ଘରୋଇ ସ୍କୁଲରେ ପାଠ ପଢୁଥିଲେ ଏବଂ ସେମାନେ ହକି ଖେଳାଳି ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Aug 11, 2019, 5:15 PM IST

ରାଉରକେଲା: ଝାଡ଼ଖଣ୍ଡ-ରାଉରକେଲା ସୀମାନ୍ତ ସିମଡେଗା ଥାନା ଅଞ୍ଚଳ ଅରଣୀ ଗାଁର ଏକ ଜଙ୍ଗଲରୁ ଉଦ୍ଧାର ହୋଇଛି ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଉଭୟ ଛାତ୍ରୀ ହକି ଖେଳାଳି ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ରାଉରକେଲା ଗୁରୁଣ୍ଡିଆ ଥାନା ଅଞ୍ଚଳ ଲଚରାର ସୁନନ୍ଦିନୀ ବେଗେ । ଏବଂ ଅନ୍ୟଜଣେ ସୀମାନ୍ତ ବଂଶଯୋରର ଶ୍ରଦ୍ଧା ସୋରେନ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ଶନିବାର ସନ୍ଧ୍ୟାରେ ଉକ୍ତ ଜଙ୍ଗଲର ଏକ ଗଛରେ ଉଭୟଙ୍କୁ ଝୁଲନ୍ତା ଅବସ୍ଥାରେ ଗାଁ ଲୋକେ ଦେଖିଥିଲେ । ପରେ ଗାଁ ଲୋକେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଉଦ୍ଧାର କରିଥିଲା । ସେପଟେ ଏ ସମ୍ପର୍କରେ ଗାଁ ଲୋକଙ୍କୁ ପୋଲିସ ପଚରାଉଚୁରା କରିବାରୁ ସେମାନେ କିଛି ଜାଣିନଥିବା କହିଛନ୍ତି ।

ତେବେ ଶ୍ରଦ୍ଧାର ପରିବାର ଲୋକଙ୍କ କହିବା କଥା ହେଲା ସେ ସ୍କୁଲ ଯାଇଥିଲା । ତା ପରଠୁ ଘରେ ଆଉ ଫେରିନଥିଲା । ସେପଟେ ସୁନିନ୍ଦୀଙ୍କ ଘରେ ଏସମ୍ପର୍କରେ ଖବର ପଠାଯାଇଛି । ସୂଚନା ଅନୁସାରେ ଉଭୟ ବୀରମିତ୍ରପୁରର ଏକ ଘରୋଇ ସ୍କୁଲରେ ପାଠ ପଢୁଥିଲେ । ଏନେଇ ପରିବାର ପକ୍ଷରୁ ହତ୍ୟା ମାମଲା ବୋଲି ଅଭିଯୋଗ କରାଯାଉଛି । ତେବେ ପୋଲିସର ଅଧିକ ତଦନ୍ତ ପରେ ଜଣାପଡିବ ଏହା ହତ୍ୟା ନା ଆତ୍ମହତ୍ୟା ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details