ଓଡିଶା

odisha

By

Published : Dec 9, 2019, 10:07 PM IST

ETV Bharat / city

ଜୁଆ ଆଡ୍ଡାରେ ଚଢାଉ, 8 ଜୁଆଡି ଗିରଫ

ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ ଜନତା ନିବାସ ନିକଟ ପଡିଆରୁ 8 ଜୁଆଡି ଗିରଫ। ଏହାସହ ସେମାନଙ୍କ ପାଖରୁ ନଗଦ 26 ହଜାର ଟଙ୍କା ଜବତ କରାଯାଇଛି। ଅଧିକ ପଢନ୍ତୁ...

gamblers arrest
ଜୁଆ ଆଡ୍ଡାରେ ଚଢାଉ,8 ଜୁଆଡି ଗିରଫ,26 ହଜାର ଜବତ

ରାଉରକେଲା: ଦିନକୁ ଦିନ ବଢୁଛି ଜୁଆଡିଙ୍କ ଉତ୍ପାତ। ଆଜି ପ୍ଲାଣ୍ଟ ସାଇଟ ପୋଲିସ ଜନତା ନିବାସ ନିକଟ ପଡିଆରୁ 8 ଜୁଆଡିଙ୍କୁ ଗିରଫ କରିଛି। ଏମାନଙ୍କ ପାଖରୁ ନଗଦ 26 ହଜାର 600 ଟଙ୍କା ମିଳିଛି। ଏହାସହ 7 ଟି ମୋବାଇଲ ତଥା ତାସ ଜବତ ହୋଇଛି ।

ଜୁଆ ଆଡ୍ଡାରେ ଚଢାଉ,8 ଜୁଆଡି ଗିରଫ

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଲିସ ଠିକ ସମୟରେ ଜୁଆ ଆଡ୍ଡାରେ ପହଞ୍ଚିଯାଇଥିଲା । ପୋଲିସକୁ ଦେଖି ଜୁଆଡି ଛତ୍ରଭଙ୍ଗ ଦେବା ସହ ଦୌଡିବାକୁ ଆରମ୍ଭ କରିଥିଲେ । ହେଲେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହେବା ସହ ଏମାନଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି । ପୋଲିସ ଓ ଜୁଆଡିଙ୍କ ମଧ୍ୟରେ ହୋଇଥିବା ଛକାପଞ୍ଝାରେ ସ୍ଥାନୀୟ ଯୁବକ କିଛି ଟଙ୍କା ନେଇ ଯାଇଥିବା କୁହାଯାଉଛି।


ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details