ରାଉରକେଲା: 12 ଘଣ୍ଟିଆ ପଶ୍ଚିମ ଓଡିଶା ବନ୍ଦର ପ୍ରଭାବ ଷ୍ଟିଲ ସିଟିରେ ଦେଖିବାକୁ ମିଳିଥିଲା । ସୁନ୍ଦରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯିବା ଦ୍ବାରା ସହରରେ ସମ୍ପୂର୍ଣ୍ଣ ଠପ ହୋଇପଡିଥିଲା ଯାତାୟତ ସେବା । ଏହା ସହ ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା ।
ସେହିଭଳି ବଣାଇ ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ରାଜଗାଙ୍ଗପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବାବେଳେ, ଜିଲ୍ଲାର ବସ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ବହୁ ଯାତ୍ରୀ ହଇରାଣ ହରକତର ସାମ୍ନା କରିଥିଲେ ।