ପୁରୀ: କୁଶଭଦ୍ରା ନଦୀପଠାରେ ଥିବା ଏକ ବରଗଛରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବାବେଳେ ଅଘଟଣ । ଗୋପ ବ୍ଲକରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ ବେଳେ ଗଛରୁ ପଡି଼ ଗୁରୁତର ହୋଇ ମେଡି଼କାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସେ ପ୍ରେମ ବ୍ୟାପାରକୁ ନେଇ ଏପରି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।
ଗୋପ ଥାନା ଅନ୍ତର୍ଗତ ପୋଇତାର ଗ୍ରାମର ରାମକୃଷ୍ଣ ଜେନା ପ୍ରେମରେ ଅସଫଳ ହୋଇ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ନିକଟସ୍ଥ କୁଶଭଦ୍ରା ନଦୀପଠାରେ ଥିବା ଏକ ବରଗଛରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଯୁବକ । ମାତ୍ର ରଶିଟି ଛିଡି଼ ଯିବାରୁ 50 ଫୁଟ ଉପରୁ ପଡି଼ ଯୁବକଙ୍କ ହାତ ଗୋଡ଼ ଭାଙ୍ଗି ଯାଇଥିଲା ।