ପୁରୀ:ପୁରୀ ମାର୍କେଟ୍ ଛକ ନିକଟରେ ଅଘଟଣ । ମୁକୁଳା ଡ୍ରେନ ସାଜିଲା କାଳ । ମୁକୁଳା ଡ୍ରେନରେ ପଡି ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ନିକଟରେ । ତେବେ ମୃତକ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଏହି ଘଟଣାକୁ ନେଇ ପୁରୀ ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।
ପୁରୀରେ ଅଘଟଣ, ମୁକୁଳା ଡ୍ରେନ୍ରେ ପଡ଼ି ଯୁବକ ମୃତ - ପୁରୀରେ ମୁକୁଳା ଡ୍ରେନ୍ରେ ପଡ଼ି ଯୁବକ ମୃତ
ପୁରୀ ମାର୍କେଟ୍ ଛକ ନିକଟରେ ଅଘଟଣ । ମୁକୁଳା ଡ୍ରେନ ସାଜିଲା କାଳ । ମୁକୁଳା ଡ୍ରେନରେ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ସହରରେ । ଅଧିକ ପଢନ୍ତୁ
ପୁରୀରେ ଅଘଟଣ, ମୁକୁଳା ଡ୍ରେନ୍ରେ ପଡ଼ି ଯୁବକ ମୃତ
ପୁରୀରେ ଅଘଟଣ, ମୁକୁଳା ଡ୍ରେନ୍ରେ ପଡ଼ି ଯୁବକ ମୃତ
ସୂଚନାଅନୁସାରେ, ଗତ କିଛିଦିନ ତଳେ ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ପୁରୀ ପୌର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇ ଥିଲେ ମଧ୍ୟ କେହି ଶୁଣି ନ ଥିବା ଅଭିଯୋଗ ହୋଇଛି । ପ୍ରଶାସନର ଅବହେଳା ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲି ଯାଇଥିବା ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : May 18, 2022, 12:23 PM IST