ପୁରୀ: ବାୟୁସେନା ଦିବସରେ ନିଆରା କଳାକୃତି କରି ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଯୁବ କଳାକାର ଶ୍ୱାସତ ରଞ୍ଜନ ସାହୁ । ବାୟୁସେନା ପାଇଁ ଦିଆସିଲି କାଠିରେ ତିଆରି କରିଛନ୍ତି ରୟାଲ ଇଣ୍ଡିଆନ ଏୟାର ଫୋର୍ସର ଏକ ନମ୍ବର ସ୍କ୍ବାର୍ଡନରେ ଥିବା ପ୍ରଥମ ଯୁଦ୍ଧ ବିମାନର ପ୍ରତିକୃତି । ଅକ୍ଟୋବର ୮ ତାରିଖରେ ଭାରତରେ ଜାତୀୟ ବାୟୁସେନା ଦିବସ ପାଳିତ ହୁଏ । ଏହି ଦିନରେ ଦେଶର ସୁରକ୍ଷା ପାଇଁ ଯେଉଁ ଦକ୍ଷ ପାଇଲଟମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ଯବାନଙ୍କ ପାଇଁ ଏହି ଦିବସ ପାଳିତ ହୁଏ ।
ବାୟୁସେନା ଦିବସରେ ପ୍ରଥମ ଯୁଦ୍ଧ ବିମାନ ପ୍ରତିକୃତିରେ ଶୁଭେଚ୍ଛା - first warplane with matchsticks
ବାୟୁସେନା ଦିବସରେ ନିଆରା କଳାକୃତି କରି ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଜଣେ ଯୁବ କଳାକାର । ବାୟୁସେନା ପାଇଁ ଦିଆସିଲି କାଠିରେ ତିଆରି କରିଛନ୍ତି ରୟାଲ ଇଣ୍ଡିଆନ ଏୟାର ଫୋର୍ସର ଏକ ନମ୍ବର ସ୍କ୍ବାର୍ଡନରେ ଥିବା ପ୍ରଥମ ଯୁଦ୍ଧ ବିମାନର ପ୍ରତିକୃତି । ଅଧିକ ପଢ଼ନ୍ତୁ...

ବାୟୁସେନା ଦିବସରେ ପ୍ରଥମ ଯୁଦ୍ଧ ବିମାନ ପ୍ରତିକୃତିରେ ଶୁଭେଚ୍ଛା
ବାୟୁସେନା ଦିବସରେ ପ୍ରଥମ ଯୁଦ୍ଧ ବିମାନ ପ୍ରତିକୃତିରେ ଶୁଭେଚ୍ଛା
ଏହି ଅଵସରରେ ପୁରୀ ଯୁବ କଳାକାର ଶ୍ୱାସତ ରଞ୍ଜନ ସାହୁ ଏକ ନିଆରା ଢଙ୍ଗରେ ଏହା ଦିବସର ଶୁଭେଚ୍ଛା ବାୟୁସେନା ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ 1360ଟି ଦିଆସିଲି କାଠିରେ ଭାରତର ପ୍ରଥମ ତଥା ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠା ହୋଇ ଥିବା ରୟାଲ ଇଣ୍ଡିଆନ ଏୟାର ଫୋର୍ସର ଏକ ନମ୍ବର ସ୍କ୍ବାର୍ଡନ ରେ ଥିବା ପ୍ରଥମ ଯୁଦ୍ଧ ବିମାନର ପ୍ରତିକୃତି ତିଆରି କରିଛନ୍ତି । ଏହା ବେଶ ଆକର୍ଷଣୀୟ ହୋଇଛି । ଦିଆସିଲି କାଠିରେ ନିର୍ମିତ ଏହି କଳାକୃତିର ଲମ୍ଵ 33 ଇଞ୍ଚ ଓ ଓସାର 40 ଇଞ୍ଚ୍ ରହିଛି ।