ଓଡିଶା

odisha

ETV Bharat / city

ବିଶ୍ବ ରେଡିଓ ଦିବସ; ବାଲୁକା କଳାରେ ରେଡିଓର ଜନକଙ୍କୁ ଶ୍ରଦ୍ଧାଞ୍ଜଳି - sudarshan pattanaik tribute to marconi

ବିଶ୍ବ ରେଡିଓ ଦିବସ ଅବସରରେ ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ସୁନ୍ଦର ଓ ଆକର୍ଷଣୀୟ କାରୁକାର୍ଯ୍ୟ । ରେଡିଓ ଆଙ୍କିବା ସହ ରେଡିଓର ଜନକ ମାର୍କୋନୀକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଧିକ ପଢନ୍ତୁ...

ବାଲୁକା କଳାରେ ମାର୍କୋନୀକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି
ବାଲୁକା କଳାରେ ମାର୍କୋନୀକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

By

Published : Feb 13, 2021, 7:08 AM IST

Updated : Feb 13, 2021, 7:16 AM IST

ପୁରୀ:ଆଜି ବିଶ୍ବ ରେଡିଓ ଦିବସ । ପ୍ରତିବର୍ଷ ଫେବୃୟାରୀ 13 ରେଡିଓ ଦିବସ ରୂପେ ପାଳନ କରାଯାଏ । ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ପରେ ସାରା ବିଶ୍ବରେ ୱାର୍ଲ୍ଡ ରେଡିଓ ଭାବେ ପାଳନ କରାଯାଉଛି । ସାଧାରଣଙ୍କ ମଧ୍ୟରେ ରେଡିଓର ଗୁରୁତ୍ବ ସମ୍ପର୍କରେ ଜନସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ବିଶିଷ୍ଟ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରେଡିଓ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ପୁରୀ ବେଳାଭୂମିରେ ସେ ଅତ୍ୟନ୍ତ ଆକର୍ଷଣୀୟ ବାଲୁକା ଚିତ୍ର ଗଢିଛନ୍ତି । ଯେଉଁଥିରେ ରେଡିଓର ପ୍ରତିକୃତି ଥିବାବେଳେ ରେଡିଓ ଉଦ୍ଭାବନ କରିଥିବା ମାର୍କୋନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟେଲିଭିଜନ ଆସିବା ପରେ ରେଡିଓ ଚାହିଦାର ହ୍ରାସ ପାଇଛି । ତେବେ ଏବେ ବି ରେଡିଓର ଆବଶ୍ୟକତା ରହିଛି ।

ବାଲୁକା କଳାରେ ରେଡିଓର ଜନକଙ୍କୁ ଶ୍ରଦ୍ଧାଞ୍ଜଳି

ପୂର୍ବରୁ ରେଡିଓ ମାଧ୍ୟମରେ ଲୋକେ ସମସ୍ତ ପ୍ରକାରର ସୂଚନା ପାଇପାରୁଥିଲେ । ରେଡିଓ ଦ୍ବାରା ସୂଚନା ଓ ମନୋରଞ୍ଜନ କରାଯାଉଥିଲା । ଯାହା ଏବେ ବି ଲୋକମାନେ ଭୁଲି ନାହାଁନ୍ତି। ସେହିପରି ଏହି ବିଶେଷ ଦିନ ଅବସରରେ ଭୁବନେଶ୍ବରରେରେ ଆରମ୍ଭ ହୋଇ ଥିବା ସପ୍ତମ ରେଡିଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ସଫଳ ହେବା ନେଇ ସେ ଆୟୋଜକଙ୍କୁ ଅଭିନନ୍ଦନ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 13, 2021, 7:16 AM IST

ABOUT THE AUTHOR

...view details