ଓଡିଶା

odisha

ଦକ୍ଷିଣ ମୋଡ଼ ପରେ ନାକଚଣା ଦ୍ବାରରେ ତିନିରଥ

By

Published : Jul 17, 2021, 9:27 PM IST

ଆଜ୍ଞା ମାଳ ବିଜେ ପରେ ତିନି ରଥର ଦକ୍ଷିଣ ମୋଡ଼ କାର୍ଯ୍ୟ ଶେଷ, ନାକଚଣା ଦ୍ଵାର ସମ୍ମୁଖରେ ଲାଗିଲା ତିନି ରଥ । ଅଧିକ ପଢ଼ନ୍ତୁ...

mystic resonance of traditional instruments, all 3 chariots has been moved, ratha placed at Nakachana Dwar, Dakhina Moda of chariots, ନାକଚଣା ଦ୍ବାରରେ ତିନିରଥ, ଦକ୍ଷିଣ ମୋଡ଼, ରଥଯାତ୍ରା, ବାହୁଡ଼ା ଯାତ୍ରା, ଗୁଣ୍ଡିଚା ମନ୍ଦିର, ନାକଚଣା ଦ୍ବାର
ଦକ୍ଷିଣ ମୋଡ଼ ପରେ ନାକଚଣା ଦ୍ବାରରେ ତିନିରଥ

ପୁରୀ:ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ ପରେ ତିନି ରଥର ଦକ୍ଷିଣ ମୋଡ଼ କାର୍ଯ୍ୟ ଶେଷ ହୋଇଛି । ଗୁଣ୍ଡିଚା ମନ୍ଦିର ସିଂହଦ୍ବାରରେ ଥିବା ତିନି ରଥକୁ ପୋଲିସ କର୍ମଚାରୀ, ସେବାୟତ ମାନେ ଦକ୍ଷିଣ ମୋଡ଼ କରିଛନ୍ତି । ତିନି ରଥକୁ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ସମନାରେ ରଖାଯାଇଛି।

ଦକ୍ଷିଣ ମୋଡ଼ ପରେ ନାକଚଣା ଦ୍ବାରରେ ତିନିରଥ

ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦକ୍ଷିଣ ମୋଡ଼ ହୋଇଛି। ପରେ ବଡ଼ବାଡ଼ର ଠାକୁର ବଳଭଦ୍ର ଓ କଳା ସାଆନ୍ତେଙ୍କ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି । ସେପଟେ ରଥରେ ଥିବା ବିଭିନ୍ନ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ରଥ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତ ଥିବା ରଥ ତତ୍ବାବଧାରକ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details