ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରରେ ବିଜୟା ଦଶମୀ, ମହାପ୍ରଭୁଙ୍କର ହେବ ସୁନାବେଶ

ଆଜି ପବିତ୍ର ଦଶହରା ବା ବିଜୟାଦଶମୀ ଅବସରରେ ଆଜି ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଦର୍ଶନ ଦେବେ ମହାପ୍ରଭୁ । ଅଧିକ ପଢନ୍ତୁ...

By

Published : Oct 15, 2021, 10:02 AM IST

Updated : Oct 15, 2021, 1:08 PM IST

ଶ୍ରୀମନ୍ଦିରରେ ବିଜୟା ଦଶମୀ , ମହାପ୍ରଭୁଙ୍କର ହେବ ସୁନାବେଶ
ଶ୍ରୀମନ୍ଦିରରେ ବିଜୟା ଦଶମୀ , ମହାପ୍ରଭୁଙ୍କର ହେବ ସୁନାବେଶ

ପୁରୀ:ଆଜି ପବିତ୍ର ଦଶହରା ବା ବିଜୟାଦଶମୀ । ଏନେଇ ଶ୍ରୀମନ୍ଦିରରେ ବିଜୟା ଦଶମୀ ନିତି ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଦର୍ଶନ ଦେବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବେ । କିନ୍ତୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଏହି ମହାର୍ଘ ସୁନାବେଶ ଦର୍ଶନ କରିପାରିବେ ନାହିଁ ଭକ୍ତ । କୋଭିଡ଼ କଟକଣା ଯୋଗୁ ଶ୍ରୀମନ୍ଦିରରେ ଆଜି ସାଧାରଣ ଦର୍ଶନ ବନ୍ଦ ରହିଛି।

ଶ୍ରୀମନ୍ଦିରରେ ବିଜୟା ଦଶମୀ, ମହାପ୍ରଭୁଙ୍କର ହେବ ସୁନାବେଶ

ସେପଟେ ଦଶହରା ଅବସରରେ ମା' ବିମଳାଙ୍କ ପ୍ରତିନିଧି ଭାବେ ପୂଜା ପାଉଥିବା ମା' କାକୁଡ଼ିଖାଇଙ୍କ ଆଜି ରାତିରେ ବିସର୍ଜନ ସହ ଆସନ୍ତାକାଲି ଅନ୍ୟ ସମସ୍ତ ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା ହେବା ପରେ ବିସର୍ଜନ ଅନୁଷ୍ଠିତ ହେବ । ଏନେଇ ଆସନ୍ତାକାଲି(ଶନିବାର) ମଧ୍ୟାହ୍ନ ୧୨ ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ହେବା ସହ ଭଷାଣ ଉତ୍ସବ ଶେଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଠାରୁ ମର୍ଚିକୋଟ ଛକ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 15, 2021, 1:08 PM IST

ABOUT THE AUTHOR

...view details