ପୁରୀ: ପୁଣି ଜାତୀୟ ପତାକାକୁ ଅସମ୍ମାନ । ପୁରୀ ବଡଦାଣ୍ଡରେ ଥିବା ଏକ ଉଠା ଦୋକାନରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି ( Shopkeeper disrespects Triranga in Puri) । ତ୍ରିରଙ୍ଗାରେ ଦୋକାନରେ ଥିବା କିଛି ସାମଗ୍ରୀକୁ ସଫା କରୁଥିବାର ଦୃଶ୍ୟ ସାମନାକୁ ଆସିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପୁରୀ ସ୍ୟାମକୁଞ୍ଜ ଗଳି ନିକଟରେ ଜଣେ ବ୍ୟକ୍ତିଙ୍କ ଏକ ଶଙ୍ଖ ମାଳି ଦୋକାନରେ ତ୍ରିରଙ୍ଗାକୁ ଧରି ବିଭିନ୍ନ ସାମଗ୍ରୀ ସଫା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଦେଶର ଗର୍ବ ଜାତୀୟ ପତାକା ତ୍ରିରଙ୍ଗାକୁ ଏଭଳି ବ୍ୟବହାର କରିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଦୋକାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୋସିଆଲ ମିଡ଼ିଆରେ ଦାବି ଜୋର ଧରିଛି ।