ପୁରୀ:ଶ୍ରୀମନ୍ଦିର ରୋଷ ଘରେ ଚୁଲା ଭଙ୍ଗାରୁଜା ଘଟଣାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନିଲ ବଂଶଲ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀମନ୍ଦିର ଆସି ଘଟଣାର ସବିଶେଷ ଅନୁଧ୍ୟାନ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ ପୋଲିସ ସିସିଟିଭିରୁ କିଛି ତଥ୍ୟ ସଂଗ୍ରହ କରିଛି ।
ସେହିପରି ରାତିରେ ଡ୍ୟୁଟିରେ ଥିବା ଜେଟିପିଙ୍କୁ ମଧ୍ୟ ଜେରା କରାଯାଇଛି । ଉଭୟ ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଛି । ଏହାପଛରେ ଥିବା ଵ୍ୟକ୍ତିଙ୍କୁ ଧରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଏଣିକି ରାତିରେ ଶ୍ରୀମନ୍ଦିର ଭିତରେ ଜେଟିପିଙ୍କ ସହ ଓଡିଶା ପୋଲିସ ମଧ୍ୟ ଡ୍ୟୁଟିରେ ରହିବେ । ରାତିରେ ଦ୍ୱାର ବନ୍ଦ ପରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଖାଲି କରାଯିବ । ଯେଉଁ ସ୍ଥାନରେ ସିସିଟିଭି ନାହିଁ ସେଠାରେ ସିସିଟିଭି ଲାଗିବ ।