ଓଡିଶା

odisha

ETV Bharat / city

ପୁରୀ ବେଳାଭୂମିରେ ପଡିରହିଛି ଅଜଣା ମୃତଦେହ, ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍ - Crime Story

ସମୁଦ୍ରକୂଳ ବେଳାଭୂମିରେ ପଡିରହିଛି ଗଳିତ ମୃତଦେହ । ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଂ ଜାରି ହୋଇଥିଲେ ବେଳେ ଏ ଯାଏଁ ହୋଇନି ଉଦ୍ଧାର । ଅଧିକ ପଢନ୍ତୁ...

ବେଳାଭୂମିରେ ପଡିରହିଛି ଅଜଣା ମୃତଦେହ, ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ୍
ବେଳାଭୂମିରେ ପଡିରହିଛି ଅଜଣା ମୃତଦେହ, ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ୍

By

Published : Oct 15, 2021, 5:21 PM IST

ପୁରୀ:ବେଳାଭୂମିରେ ପଡିରହିଛି ଗଳିତ ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ସମୁଦ୍ରକୂଳ ବେଳାଭୂମି ଅଞ୍ଚଳରେ । ସୂଚନାନୁସାରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଠାରୁ ମାତ୍ର 400 ମିଟର ଦୂରରେ ଏହି ଗଳିତ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ କୋଣସି ପରିଚୟ ମିଳିପାରିନାହିଁ ।

ବେଳାଭୂମିରେ ପଡିରହିଛି ଅଜଣା ମୃତଦେହ, ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ୍

ତେବେ ସମୁଦ୍ରକୂଳ ଅଞ୍ଚଳରେ ପୁରୀ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଂ ଜାରି ହୋଇଥିବା ବେଳେ ମୃତଦେହଟି ଦୀର୍ଘ ସମୟ ଧରି ପଡିରହିଥିଲେ ସୁଦ୍ଧା ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ କରିବା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ଖବର ଲେଖାଯିବା ସୁଦ୍ଧା ଗଳିତ ମୃତଦେହର କୌଣସି ସୂଚନା ମିଳିପାରି ନଥିବା ବେଳେ ପୁରୀ ପୋଲିସ ପକ୍ଷରୁ ଘଟଣା ପୁଙ୍ଖାନୁପୁଙ୍ଖ ତଦନ୍ତର ଆବଶ୍ୟକ ରହିଛି ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details