ପୁରୀ: ପୁରୀ ମଶାଣି ଚଣ୍ଡୀ ଛକରେ ନିର୍ମାଣାଧୀନ ଘରର ଛାତ ଭୁଶୁଡ଼ିବା ଘଟଣା । ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରଯାଇଛି। ରାଜମିସ୍ତ୍ରୀ ଭରତ ଜେନାଙ୍କୁ ଉଦ୍ଧାର କରିବାକୁ ଦୀର୍ଘ 2 ଘଣ୍ଟା ସମୟ ଲାଗିଥିଲା।
ଭୁଶୁଡ଼ିଲା ନିର୍ମାଣାଧୀନ କୋଠାର ଛାତ: ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର - ପୁରୀ ଖବର
ପୁରୀ ମଶାଣି ଚଣ୍ଡୀ ଛକରେ ଅଘଟଣ । ନିର୍ମାଣାଧିନ ଘର ଛାତ ଭୁଶୁଡ଼ି ପଡ଼ିବାରୁ 5 ଶ୍ରମିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ସେ ପଟା ସେଟିଂ ଭିତରେ ଫସି ଯାଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ବେଶ ସତର୍କତାର ସହ ରଡକୁ ମେସିନରେ କାଟି ରାଜମିସ୍ତ୍ରୀ ଭରତ ଜେନାଙ୍କୁ ଉଦ୍ଧାର କରିଥିଲେ। ଭରତଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତି କରାଯାଇଛି। ସୂଚନା ଅନୁଯୟୀ ମଶାଣିଚଣ୍ଡୀ ଛକରେ ବିଭୂତି ମିଶ୍ରଙ୍କ ନୂଆ ଘରର ଛାତ କାର୍ଯ୍ୟ ଚାଲିଥିଲା। ତେବେ ହଠାତ୍ ଏକ ବଲ୍ହା ଖସି ପଡିବା ହେତୁ ଛାତ ସହ ଭୁଶୁଡ଼ି ପଡିଥିଲା। ସକାଳୁ ପ୍ରବଳ ବର୍ଷା ହୋଇ ଥିବାରୁ ମାଟି ଦବି ଯାଇ ଏଭଳି ଦୁର୍ଘଟଣା ହୋଇଥିବା ଘର ମାଲିକ କହିଛନ୍ତି। ତେବେ, ଏ ବଡ ଅଘଟଣରେ କେହି ମୃତାହତ ହୋଇ ନଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ପୁରୀ