ଓଡିଶା

odisha

ETV Bharat / city

ପୁରୀରେ ଟ୍ରାକରୁ ଖସିଲା ଟ୍ରେନ ଇଞ୍ଜିନ - ଟ୍ରେନ ଦୁର୍ଘଟଣା ନ୍ୟୁଜ୍‌

ପୁରୀରେ ଟ୍ରେନ ଦୁର୍ଘଟଣା । ଟ୍ରାକରୁ ଖସିଲା ଟ୍ରେନ ଇଞ୍ଜିନ । ଘଟଣାସ୍ଥଳରେ ରେଲେୱେ ବୈଷୟିକ ଟିମ୍ । ଅଧିକ ପଢନ୍ତୁ...

ପୁରୀରେ ଟ୍ରାକରୁ ଖସିଲା ଟ୍ରେନର ଦୁଇଟି ଇଞ୍ଜିନ
ପୁରୀରେ ଟ୍ରାକରୁ ଖସିଲା ଟ୍ରେନର ଦୁଇଟି ଇଞ୍ଜିନ

By

Published : Oct 20, 2020, 10:03 AM IST

Updated : Oct 20, 2020, 10:30 AM IST

ପୁରୀ: ଟ୍ରାକରୁ ଖସିଲା ଟ୍ରେନ । ପୁରୀ ଜିଲ୍ଲାର ଚନ୍ଦନପୁର ଓ ତୁଳସୀଚଉରା ନିକଟରେ ଖାଲି ବଗି ନେଇ ଯାଉଥିବା ଟ୍ରେନ୍‌ର ଇଞ୍ଜିନ ଟ୍ରାକରୁ ଖସିପଡିଛି । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି ।

ପୁରୀରେ ଟ୍ରାକରୁ ଖସିଲା ଟ୍ରେନ ଇଞ୍ଜିନ

ଖୋର୍ଦ୍ଧା ରୋଡରୁ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଇଞ୍ଜିନର ଆଗ ତିନୋଟି ଚକ ସହ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଛି । ତେବେ କୌଣସି ବଡ ଧରଣର ଦୁର୍ଘଟଣା ଘଟିନାହିଁ ।

ପୁରୀରେ ଟ୍ରାକରୁ ଖସିଲା ଟ୍ରେନ ଇଞ୍ଜିନ

ଖବରପାଇ ଘଟଣାସ୍ଥଳରେ ପହଞ୍ଚି ରେଲେୱେ ବୈଷୟିକ ଟିମ୍ ମରାମତି କାର୍ଯ୍ୟ କରୁଛନ୍ତି। ତେବେ କାହିଁକି ଇଞ୍ଜିନ୍‌ ଲାଇନଚ୍ୟୁତ ହେଲା ଏନେଇ ତଦନ୍ତ କରାଯିବ ବୋଲି ରେଲୱେର ବରିଷ୍ଠ ଅଧିକାରୀ କହିଛନ୍ତି ।

ପୁରୀରେ ଟ୍ରାକରୁ ଖସିଲା ଟ୍ରେନ ଇଞ୍ଜିନ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 20, 2020, 10:30 AM IST

ABOUT THE AUTHOR

...view details