ଓଡିଶା

odisha

ETV Bharat / city

ଟ୍ରାକ୍ଟର ଚକ ଫାଟି ଡ୍ରାଇଭର ମୃତ

ଅଭାବନୀୟ ଘଟଣା ଟ୍ରାକ୍ଟର ଚକରେ ପ୍ରେସର ଦେଉଥିବାବେଳେ ଫାଟିଲା ଟାୟାର । ପୁରୀ ଅଠରନଳାରେ ଏ ଅଘଟଣ । ଘଟଣାସ୍ଥଳରେ ଟ୍ରାକ୍ଟର ଚାଳକ ମୃତ । ଅଧିକ ପଢନ୍ତୁ...

By

Published : Apr 1, 2021, 10:54 AM IST

puri-tractor-driver-death
ଟ୍ରାକ୍ଟର ଚକ ଫାଟି ଡ୍ରାଇଭର ମୃତ

ପୁରୀ: ଟ୍ରାକ୍ଟର ଚକରେ ପ୍ରେସର ଦେଉଥିବାବେଳେ ଫାଟିଲା ଟାୟାର । ପୁରୀ ଅଠରନଳାରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଟ୍ରାକ୍ଟର ଚାଳକ ମୃତ । ମୃତକ ହେଉଛନ୍ତି ସଦର ଥାନା କୃପାସାଗର ପାଟଣା ଗାଁର ଅକ୍ଷୟ ଜେନା।

ଟ୍ରାକ୍ଟର ଚକ ଫାଟି ଡ୍ରାଇଭର ମୃତ

ସୂଚନା ଅନୁଯାୟୀ ଆଜି ସକାଳେ ଅକ୍ଷୟ ଟ୍ରାକ୍ଟର ଧରି ଚକ ପ୍ରେସର ଦେବା ପାଇଁ ଅଠରନଳାର ଏକ ଗ୍ୟାରେଜକୁ ଆସିଥିଲେ। ତେବେ ଚକରେ ପ୍ରେସର ଦେଉଥିବା ବେଳେ ଚକଟି ହଠାତ ଫାଟି ଯାଇଥିଲା। ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପୋଲିସ ପୁରୀ ସଦର ଚିକିତ୍ସାଳୟକୁ ପଠାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details