ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ । ପୁରୀ ସ୍ବର୍ଗଦ୍ବାର ନିକଟ ବେଳାଭୂମିରେ ଗାଧୋଇଥିବାବେଳେ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି । ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ ପକ୍ଷକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ପର୍ଯ୍ୟଟକଙ୍କ ନାଁ ହେଉଛି ଉଜଳା ଦାସ ।
ପୁରୀ ବେଳାଭୂମିରେ ଥିବା ହୋଟେଲ କାମେଲିଆ ନିକଟ ବେଳାଭୂମିରେ ଏହି ଅଘଟଣ ଘଟିଛି । ନିଖୋଜ ପର୍ଯ୍ୟଟକ ଜଣଙ୍କ ପଶ୍ଚିମବଙ୍ଗ ଉତ୍ତର 24 ପ୍ରଗଣାର ଦୁର୍ଗା ନଗରର ବାସିନ୍ଦା ବୋଲି ଜଣାପଡିଛି । ଆଜି (ରବିବାର) ସକାଳେ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି । ନିଖୋଜ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡମାନେ ଖୋଜାଖୋଜି ଜାରି ରଖିଛନ୍ତି ।