ପୁରୀ: ସମୁଦ୍ରରେ ବୁଡି ପର୍ଯ୍ୟଟକ ମୃତ। ମୃତକ ଜଣକ ହେଲେ ମହାରାଷ୍ଟ୍ର ନାସିକର କିଶୋର ଜଗଦଳେଇ । ମୃତକ ଜଣକ ପୁରୀ ସମୁଦ୍ର କୁଳ ଗାନ୍ଧୀଘାଟ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଗାଧେଇବା ବେଳେ ଉଚ୍ଚ ଜୁଆର ଯୋଗୁଁ ନିୟନ୍ତ୍ରଣ ହରାଇ ସମୁଦ୍ର ଭିତରକୁ ଚାଲି ଯାଇଥିଲେ ।
ପୁରୀ ସମୁଦ୍ରରେ ବୁଡି ପର୍ଯ୍ୟଟକ ମୃତ - tourist death
ସମୁଦ୍ରରେ ଗାଧୋଇବା ବେଳେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମହାରାଷ୍ଟ୍ର ନାସିକର କିଶୋର ଜଗଦଳେଇ। ଅଧିକ ଖବର ପଢନ୍ତୁ...
ସମୁଦ୍ରରେ ଗାଧୋଇବା ହେଲା କାଳ,ପର୍ଯ୍ୟଟକ ମୃତ
ତେବେ ଯୁବକ ଜଣଙ୍କୁ ବୁଡି ଯିବା ଦେଖି ଉପସ୍ଥିତ ଲୋକେ ଲାଇଫ ଗାର୍ଡଙ୍କୁ କହିବାରୁ ତାଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦିନକୁ ଦିନ ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକଙ୍କ ପ୍ରାଣ ହରାଇବା ଖବରକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ