ପୁରୀ: ଆସନ୍ତାକାଲି(ଶନିବାର) ବଡ ତଢାଉ ବେଶ ବା ସୁନାବେଶ । ସେଥିଲାଗି ନୀତିନିର୍ଘଣ୍ଟ ହୋଇଛି । ଆସନ୍ତାକାଲି(ଶନିବାର) ସକାଳ 6ଟାରୁ 6.30 ମଧ୍ୟରେ 3 ରଥର ମଙ୍ଗଳ ଆଳତି କରାଯିବ । ଏହା ପରେ 7 ଟା ସମୟରେ ମଇଲମ-ତଡପ ଲାଗି କରାଯିବ । 8 ଟା ସମୟରେ ଅବକାଶ ଓ 9ଟାରେ ବେଶ ଶେଷ ନୀତି ଅନୁଷ୍ଠିତ ହେବ ।
ସକାଳ 10ଟାରୁ 10.30 ମଧ୍ୟରେ ଗୋପାଳ ବଲ୍ଲଭ ନୀତି ଅନୁଷ୍ଠିତ ହେବ । ଏହା ପରେ 11ରୁ 12 ମଧ୍ୟରେ ସକାଳ ଧୂପ କରାଯିବ । ପରେ 12.30ରେ ମଇଲମ ଓ 1ଟାରେ ମାହାସ୍ନାନ ଓ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେବ । ପରେ 1.30ରେ ବେଶଶେଷ ନୀତି ହେବ । 2ଟାରୁ 3ଟା ମଧ୍ୟରେ ମଧ୍ଯାହ୍ନ ଧୂପ ହେବ । 3.30ରେ ଣଇଲମ ଓ 4ଟାରେ ମେକାପ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେବ ।