ପୁରୀ: ଆଜି ହେଉଛି ପବିତ୍ର ଅଳାଁ ନବମୀ । ରାଧା ପାଦ ଦର୍ଶନ ସହ ଅଳାଁ ଗଛକୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ । ଅଳାଁ ଗଛରେ ମା'ଲକ୍ଷ୍ମୀନାରାୟଣ ରୂପ ମାନି ଆଜି ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଗଛରେ ଡୋରି, କାଚ, ସିନ୍ଦୂର ଆଦି ଲଗାଇ ମା'ଙ୍କ ଆରଧାନ କରିବା ସହ ଶୁଭମନାସି ଥାନ୍ତି ଭକ୍ତ । ତେବେ ଏହି ପବିତ୍ର ନବମୀରେ ସାକ୍ଷୀଗୋପାଳ ସାକ୍ଷୀଗୋପୀନାଥ ମନ୍ଦିରରେ ଦେଖିବାକୁ ମିଳିଛି ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ।
ପବିତ୍ର ଅଳାଁ ନବମୀ: ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପୀନାଥରେ ଭିଡ - ପବିତ୍ର ଅଳାଁ ନବମୀରେ ଚଳଚଞ୍ଚଳ ସାକ୍ଷୀଗୋପୀନାଥ ମନ୍ଦିର
ଆଜି ପବିତ୍ର ଅଳାଁ ନବମୀ ପୂଜା । ଏହି ଉପଲକ୍ଷେ ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ ।

ପବିତ୍ର ଅଳାଁ ନବମୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଆଜି ମା' ରାଧାଙ୍କ ଶେଷ କୃତ୍ୟ ଦିନ । ଏହି ଦିନରେ ରାଧାଙ୍କର ପାଦ ଯୁଗଳ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ କରାଯାଏ । ତେବେ ନବମୀ ଉପଲକ୍ଷେ ସାକ୍ଷୀଗୋପାନୀଥ ମନ୍ଦିରରେ ଅନ୍ନ ଭୋଗ ବଦଳରେ ଭଳିକି ଭଳି ଶୁଖିଲା ଭୋଗ ଲାଗି ହୋଇଥାଏ । ଗହମ, ଅଟା, ଘିଅ, ଗୁଡ଼ରେ ଏହି ଭୋଗ ପ୍ରସ୍ତୁତ ହୋଇଥାଏ । ସର ପୁଳି, ଖିରୀ ପୁଳି, ଲୁଣି ଖଜା, ମିଠା ଖଜା, ଡାଲିମ୍ବ ଭୋଗ ସମେତ ଛତୁଆ, ଖୁରୁମା, କାକରା ଆଦି ହୋଇଥାଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ