ପୁରୀ: ଆଜି ରବିବାର ଶ୍ରୀମନ୍ଦିର ପ୍ରଶାସନର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ରବିବାର ଭଳି ଆଜି ମଧ୍ୟ ଶ୍ରୀମନ୍ଦିର ଭିତର ଓ ବାହାର ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି। ସକାଳ ୮ଟାରୁ ଶ୍ରୀମନ୍ଦିର ପରିସର, ସିଂହଦ୍ବାର ସମ୍ମୁଖ, ଶ୍ରୀମନ୍ଦିରର ଚାରିଦ୍ବାର, ଜୋତାଷ୍ଟାଣ୍ତ ସହ ମରଚିକୋଟ ଛକ ବ୍ୟାରିକେଡ ଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି।
ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ କୋଭିଡ ପ୍ରୋଟୋକଲ ମାନି ମରଚିକୋଟ ଛକରୁ ବ୍ୟାରିକେଡରେ ପ୍ରବେଶ କରି ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ହାତ ସାନିଟାଇଜ କରିବା, ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି।