ପୁରୀ: ଶେଷ ହେଇଛି ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି । ଆଜି ଦକ୍ଷିଣ ମୋଡ ନେବ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଛିଡା ହୋଇଥିବା ତିନିରଥ । ରଥଯାତ୍ରା ପରଠାରୁ ଉତ୍ତର ମୁହାଁ ହୋଇଛନ୍ତି ତିନି ରଥ । ଗତକାଲି ହେରାପଞ୍ଚମୀରେ ମା ଲକ୍ଷ୍ମୀ ଅଭିମାନରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ପରେ ଶେଷ ହେଇଥିଲା ହେରାପଞ୍ଚମୀ ନୀତି । ଶ୍ରୀମନ୍ଦିରକୁ ବାହୁଡିବା ପାଇଁ ଆଜି ଦକ୍ଷିଣ ମୋଡ ନେବ ତିନି ରଥ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି ।
ପରମ୍ପରା ଅନୁଯାୟୀ ଆଜି ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥକୁ ଆଜ୍ଞା ମାଳ ବିଜେ ହେବ । ପରେ ଗୁଣ୍ଡିଚା ମନ୍ଦିରର ସିଂହ ଦ୍ୱାରରୁ ରଥ ତିନୋଟିକୁ ନାକଚଣା ଦ୍ୱାରକୁ ନିଆଯିବ । ଏହାକୁ ରଥ ଦକ୍ଷିଣ ମୋଡ଼ କୁହାଯାଏ । ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ମହାପ୍ରଭୁଙ୍କର ଦିନ 12 ଟା 30 ସୁଦ୍ଧା ଆଜ୍ଞା ମାଳ ବିଜେ ହେବ । ପରେ ରଥର ଦକ୍ଷିଣ ମୋଡ଼ ହେବ ।