ଓଡିଶା

odisha

ETV Bharat / city

ଏଥର ସ୍ନାନଯାତ୍ରାରେ ସାମିଲ ହେବେ 150 ଦଇତାପତି - ସ୍ନାନ ଯାତ୍ରା

ଏଥର କମ ସେବାୟତଙ୍କୁ ନେଇ ସମ୍ପନ୍ନ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ମୋଟ 150 ଜଣ ଦଇତାପତି ସେବାୟତ ସ୍ନାନଯାତ୍ରାରେ ସାମିଲ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଦଇତାପତି ନିଯୋଗ । ଅଧିକ ପଢନ୍ତୁ...

ଏଥର ସ୍ନାନ ଯାତ୍ରାରେ ସାମିଲ ହେବେ 150 ଦଇତାପତି
ଏଥର ସ୍ନାନ ଯାତ୍ରାରେ ସାମିଲ ହେବେ 150 ଦଇତାପତି

By

Published : May 25, 2020, 3:29 PM IST

ପୁରୀ: ଜୁନ 5ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ସ୍ନାନଯାତ୍ରାରେ କମ ସଂଖ୍ୟକ ସେବାୟତଙ୍କୁ ନେଇ ନୀତି ସମ୍ପନ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ସେହିପରି ନୀତିରେ ସାମିଲ ହେଉଥିବା 10ଟି ନିଯୋଗର ସେବାୟତଙ୍କ କୋଭିଡ ଟେଷ୍ଟ ନେଇ ମଧ୍ୟ ପ୍ରସ୍ତାବ ରହିଛି ।

ଏଥର ସ୍ନାନ ଯାତ୍ରାରେ ସାମିଲ ହେବେ 150 ଦଇତାପତି

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 10ଟି ନିଯୋଗର ସେବାୟତଙ୍କ ତାଲିକା ମଗାଯାଇଛି । ସ୍ନାନଯାତ୍ରାରେ ଦଇତାପତି ସେବାୟତଙ୍କର ପ୍ରମୁଖ ଭୂମିକା ରହିଥାଏ । ତେବେ ଏଥର ମୋଟ 150 ଜଣ ଦଇତାପତି ସେବାୟତ ସ୍ନାନଯାତ୍ରାରେ ସାମିଲ ହେବେ ବୋଲି ଏକ ସାମ୍ବାଦିକ ସମିଳନୀ ପ୍ରକାଶ କରିଛନ୍ତି ଦଇତାପତି ନିଯୋଗ । ସୂଚନା ଅନୁଯାୟୀ ଏଥର ପହଣ୍ଡିରେ କମିବ ଦଇତାପତି ସେବକଙ୍କ ସଂଖା । ଶ୍ରୀଜଗନ୍ନାଥଙ୍କ ପାଇଁ 60, ବଳଭଦ୍ରଙ୍କ ପାଇଁ 50, ସୁଭଦ୍ରାଙ୍କ ପାଇଁ 30 ଓ ସୁଦର୍ଶନଙ୍କ ପାଇଁ 10 ଜଣ ଦଇତାପତି ରହିବେ।

ସେହିପରି ଦଇତାପତି ସେବାୟତମାନେ କୋଭିଡ ଟେଷ୍ଟ ନେଇ ସହମତି ପ୍ରକାଶ କରିଥିବା ବେଳେ ସମସ୍ତେ ହୋମ କ୍ଵାରେନଟାଇନରେ ରହିବା ନେଇ ନିଷ୍ପତ୍ତି ହୋଇଛି ବୋଲି ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଦାସ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷେ ନୀତିକାନ୍ତିରେ ଯୋଗ ଦେଉନଥିବା ଅନ୍ୟ ସେବାୟତଙ୍କ ପାଇଁ ସ୍ନାନ ମଣ୍ଡପ ନିକଟରେ ସାମାଜିକ ଦୂରତା ରଖାଯାଇ ଦର୍ଶନ ବ୍ୟବସ୍ଥା କରାଇବାକୁ ପ୍ରଶାସନ ଓ ସରକାରଙ୍କୁ ଅନୁରୋଧ କରିଛି ଦଇତାପତି ନିଯୋଗ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details