ପୁରୀ: ରଥଯାତ୍ରା ସ୍ଥଗିତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେବାୟତ ଓ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ତେବେ ଆସନ୍ତାକାଲି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ରହିଛି । ଏଥିପାଇଁ ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ନୀତି ଘଣା ଲାଗି ସହିତ ଅନେକ ଗୁପ୍ତ ନୀତି ରହିଛି । ଅନ୍ୟ ପକ୍ଷରେ ରଥଯାତ୍ରାର ବିକଳ୍ପ ନଥିବା ବରିଷ୍ଠ ସେବାୟତ କହିଛନ୍ତି ।
‘ରଥଯାତ୍ରାର କୌଣସି ବିକଳ୍ପ ନାହିଁ’: ସେବାୟତ - ପୁରୀ ଖବର
ରଥଯାତ୍ରା ସ୍ଥଗିତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେବାୟତ ଓ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଅଧିକ ପଢନ୍ତୁ...
‘ରଥଯାତ୍ରାର କୌଣସି ବିକଳ୍ପ ନାହିଁ’: ସେବାୟତ
ରଥଯାତ୍ରାର କୌଣସି ବିକଳ୍ପ ନାହିଁ । ରଥଯାତ୍ରାରେ ମହାପ୍ରଭୁ ରଥରେ ହିଁ ବସିବେ । ରଥଯାତ୍ରା ନ ହେଲେ ମହାପ୍ରଭୁ ଅଣସର ପିଣ୍ଡିରୁ ରତ୍ନ ସିଂହାସନକୁ ବିଜେ କରିପାରିବେ ନାହିଁ । ସମସ୍ତ ନୀତିକାନ୍ତି ଅଣସର ପିଣ୍ଡିରେ ହେବ । ତେବେ କଣ ଆଗାମୀ ପଦକ୍ଷେପ ହେବ ତାହା ଦଇତାପତିମାନେ ନିଷ୍ପତ୍ତି ନେବେ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି । ‘ବିନା ଭକ୍ତରେ ରଥଯାତ୍ରା ହେଉ । ରଥଯାତ୍ରା ବନ୍ଦ ହେଲେ ମାନବ ସମାଜ ପ୍ରତି ଘୋର ବିପଦ ମାଡି ଆସିବ ବୋଲି ଜଣେ ଜଗନ୍ନାଥ ପ୍ରେମୀ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ