ଓଡିଶା

odisha

By

Published : May 1, 2021, 4:53 PM IST

ETV Bharat / city

ପୁରୀରେ କଡାକଡି ହେଲା ସାପ୍ତାହିକ ସଟଡାଉନ

ଦ୍ରୁତ ସଂକ୍ରମଣ ଯୋଗୁଁ ପୁରୀ ଜିଲ୍ଲା ପୌରାଞ୍ଚଳ ସଟଡାଉନ । ପୁରୀ ସହରରେ ସାଧାରଣ ଜୀବନଯାତ୍ରା ଠପ୍ । ଅଧିକ ପଢନ୍ତୁ...

ପୁରୀରେ କଡାକଡି ହେଲା ସାପ୍ତାହିକ ସଟଡାଉନ
ପୁରୀରେ କଡାକଡି ହେଲା ସାପ୍ତାହିକ ସଟଡାଉନ

ପୁରୀ : ଦ୍ରୁତ କୋରୋନା ସଂକ୍ରମଣ ଯୋଗୁଁ ପୁରୀ ପୌରାଞ୍ଚଳରେ ଜାରି ରହିଛି ସାପ୍ତାହିକ ସଟଡାଉନ | ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଗତ ସପ୍ତାହ ଠାରୁ ପ୍ରତି ଶନିବାର ଓ ରବିବାର ସଟଡାଉନ ଆରମ୍ଭ ହୋଇଛି | ସଟଡାଉନ ପାଇଁ ପୁରୀ ସହରରେ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି | କେବଳ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି |

ପୁରୀରେ କଡାକଡି ହେଲା ସାପ୍ତାହିକ ସଟଡାଉନ

ଅନ୍ୟପଟେ ପୂର୍ବ ନିଷ୍ପତ୍ତି ଅନୁଯାଇ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିଛି | କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଟଡାଉନ ଓ ଶ୍ରୀମନ୍ଦିର ବନ୍ଦ ରହିଥିବା ଜଣାପଡିଛି । ପୁରୀ ସହରକୁ 10ଟି ଜୋନରେ ବିଭକ୍ତ କରାଯାଇ 10ଟି ପାଟ୍ରୋଲିଂ ଟିମ ସହର ରେ ସଟଡାଉନ କଡାକଡି ନେଇ ସ୍ଥିତି ଯାଞ୍ଚ କରୁଛି।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଚିଭି ଭାରତ

ABOUT THE AUTHOR

...view details