ଓଡିଶା

odisha

ETV Bharat / city

ଚଳଚଞ୍ଚଳ ରଥଖଳା, ଦେଢା ମଜୁରୀ ପାଇଁ ପ୍ରଶାସନ ପାଖରେ ମହାରଣାଙ୍କ ଦାବି

ରଥଯାତ୍ରା ନେଇ ରଥ ଖଳା ଚଳଚଞ୍ଚଳ । ତେବେ ପ୍ରବଳ ଖରା ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି । ଫଳରେ କାର୍ଯ୍ୟରେ ବିଳମ୍ବ ଘଟୁଛି । ଏନେଇ ଅଧିକ ସମୟ କାର୍ଯ୍ୟ କରିବାର ଆବଶ୍ୟକ ଥିବାବେଳେ ଦେଢ ମଜୁରୀର ଆବଶ୍ୟକ ରହିଥିବା ବିଶ୍ଵକର୍ମା ମହାରଣା କହିଛନ୍ତି ।

By

Published : Jun 12, 2019, 3:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ

ପୁରୀ: ରଥଯାତ୍ରା ନେଇ ରଥ ଖଳା ଚଳଚଞ୍ଚଳ । ତେବେ ପ୍ରବଳ ଖରା ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି । ଫଳରେ କାର୍ଯ୍ୟ ରେ ବିଳମ୍ବ ଘଟୁଛି । ଏନେଇ ଅଧିକ ସମୟ କାର୍ଯ୍ୟ କରିବାର ଆବଶ୍ୟକ ଥିବାବେଳେ ଦେଢ ମଜୁରୀର ଆବଶ୍ୟକ ରହିଥିବା ବିଶ୍ଵକର୍ମା ମହାରଣା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ବର୍ତ୍ତମାନ ସମୟରେ 448 ଟଙ୍କା ମଜୁରୀ ରହିଛି । ଅଧିକ ସମୟ କାମ ପାଇଁ ପୁରା ମଜୁରୀ ସହିତ ମୂଳ ମଜୁରୀର ଅଧା ମଜୁରୀ ମିଶାଇ ଦେବାକୁ ମହାରଣାମାନେ ଦାବି କରିଛନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଲିଖିତ ଅବଗତ କରାଯାଇଛି । ତେବେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ମଜୁରୀକୁ ନେଇ କୌଣସି ପ୍ରତିବନ୍ଧକ ହେବ ନାହିଁ ବୋଲି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ପ୍ରକାଶ କରିଛନ୍ତି ।

ପ୍ରଶାସନ ମହାରଣାଙ୍କ ଦାବିକୁ ବିଚାରକୁ ନେବା ପାଇଁ ସେ ଅନୁରୋଧ କରିଛନ୍ତି । ଏପର୍ଯ୍ୟନ୍ତ ତିନି ରଥର ଚକ ନିର୍ମାଣ ସରିଛି । ତେବେ ପ୍ରବଳ ଖରା ଯୋଗୁଁ ଦିନରେ ଦଣ୍ଡା ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । ଫଳରେ ସ୍ନାନ ପୂର୍ଣ୍ଣିମା ଦିନ ତିନି ରଥରେ ଚାରି ନାହାକ ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକ ରହିଛି ।

ପୁରୀ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details