ଓଡିଶା

odisha

ETV Bharat / city

ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି - Shutdown

ବରିଷ୍ଠ ନାଗରିକମାନେ ଫୋନ୍ ମାଧ୍ୟମରେ ଯୋଗାଯୋଗ କଲେ ମିଳିବ ସହାୟତା । ପୋଲିସ ପକ୍ଷରୁ ହେଲ୍ପଲାଇନ ନମ୍ବର 6370972100 ଜାରି । ଅଧିକ ପଢନ୍ତୁ...

ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରୀ
ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରୀ

By

Published : May 10, 2021, 9:10 PM IST

ପୁରୀ:ଲକଡାଉନ ଓ ସଟଡାଉନ ଯୋଗୁଁ ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ନେଇ ପୁରୀ ପୋଲିସ ବ୍ୟବସ୍ଥା କରିଛି । ଯେଉଁଠାରେ ବରିଷ୍ଠ ନାଗରିକ ଏକୁଟିଆ ରହୁଥିବେ ଅବା କେହି ସାହାଯ୍ୟ କରିବା ପାଇଁ ପାଖରେ ନ ଥିବେ ସେ କ୍ଷେତ୍ରରେ କରିବ ବରିଷ୍ଠ ନାଗରିକଙ୍କୁ ପୋଲିସ ସାହାଯ୍ୟ କରିବ । ଏନେଇ ଏକ ହେଲ୍ପଲାଇନ ନମ୍ବର 6370972100 ଜାରି କରିଛନ୍ତି ପୁରୀ ଏସପି କେ ବିଶାଳ ସିଂ ।

ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରୀ

ଏହି ନମ୍ବରକୁ ବରିଷ୍ଠ ନାଗରିକମାନେ ଫୋନ କଲେ ପୋଲିସ ପକ୍ଷରୁ ସମସ୍ତ ସହାୟତା ଦିଆଯିବ ବୋଲି ପୁରୀ ଏସପି କହିଛନ୍ତି । ସେହିପରି ପୁରୀରେ ଲକଡାଉନ ଓ ସଟଡାଉନକୁ କଡାକଡି ପାଳନ କରୁଛି ପୋଲିସ । ଅମାନିଆଙ୍କ ଠାରୁ ଜରିମାନା ଆଦାୟ ହେଉଛି। ତେବେ ପୋଲିସ କେବେ ଲୋକଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ ଚାହେଁ ନାହିଁ। ଲୋକମାନେ ସହଯୋଗ କଲେ ଲକଡାଉନ ସଫଳ ହେବ ବୋଲି ଏସପି କହିଛନ୍ତି । ସେହିପରି ସକାଳ 6 ଟା ପ୍ରାତଃଭ୍ରମଣ ଓ ସନ୍ଧ୍ୟା ଭ୍ରମଣ ଉପରେ ପୋଲିସ କଟକଣା ଲଗାଇଛି ।

ଏନେଇ କିଛି ଲୋକଙ୍କ ବିରୋଧରେ ଜୋରିମାନା ମଧ୍ୟ ହୋଇଛି। ଲକଡାଉନ ନିୟମ ଉଲଙ୍ଘନକୁ ଜମା ବି ସହ୍ୟ କରାଯିବ ନାହିଁ। ଗତକାଲି ବଳଙ୍ଗା ବଜାରରେ ଜଣେ କଦଳୀ ବ୍ୟବସାୟୀ ପୋଲିସ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣା ନେଇ ମତ ଦେଇଛନ୍ତି ଏସପି । କୌଣସି ସମୁଖ ଯୋଦ୍ଧା ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ କର୍ତବ୍ୟ ସମୟରେ ଆକ୍ରମଣ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details