ପୁରୀ:ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନାର ସମୀକ୍ଷା କରିଛନ୍ତି ପଞ୍ଚାୟତିରାଜ ଓ ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା । ଗତ ୨୬ରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା । ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ ମଧ୍ୟ କରିଥିଲେ । ଆଜି (ଶନିବାର) ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଜଳର ମାନ ପରଖିବା ସହ ସମୀକ୍ଷା କରିଛନ୍ତି । ନିଜେ ବଡଦାଣ୍ଡରେ ଥିବା ଏକ ଟ୍ୟାପରୁ ଏହି ପାଣି ପିଇଛନ୍ତି ।
ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଦେଶର ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଛି । ସେପଟେ ଏହି ଯୋଜନା ମାଧ୍ୟମରେ ଅଢେଇ ଲକ୍ଷ ପୁରୀ ସହରବାସୀ ଓ ପ୍ରତିବର୍ଷ ଦୁଇକୋଟି ପର୍ଯ୍ୟଟକ ଉପକୃତ ହେବା ନେଇ ଆକଳନ କରିଛନ୍ତି ମନ୍ତ୍ରୀ । ଏଥିସହିତ ପୁରୀ ସହର ମଧ୍ୟରେ ବାର୍ଷିକ ୪କୋଟି ପ୍ଲାଷ୍ଟିକ ବୋତଲ ମୁକ୍ତ ହେବା ନେଇ ସୂଚନା ଦେଇଛନ୍ତି ।