ପୁରୀ: ଜିଲ୍ଲାପାଳଙ୍କ କୋଭିଡ ସେଣ୍ଟର ପରିଦର୍ଶନ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟସ୍ଥିତ କୋଭିଡ କେୟାର ସେଣ୍ଟର ଏବଂ ସଂକ୍ରମିତ ରୋଗ ଚିକିତ୍ସାଳୟ ସ୍ଥିତ କୋଭିଡ ହସପିଟାଲ ବୁଲି ଦେଖିଛନ୍ତି । ତା ସହିତ ହସପିଟାଲରେ ଉପଲବ୍ଧ ହେଉଥିବା ଚିକିତ୍ସା ସଂପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି । ଆଇସିୟୁ ଓ ସଧାରଣ ୱାର୍ଡ ବୁଲି ଦେଖିବା ସହ ଠିକ ସମୟରେ ଖାଦ୍ୟ ଓ ଔଷଧ ପ୍ରଦାନ ସଂପର୍କରେ ରୋଗୀ ମାନଙ୍କୁ ପଚାରି ବୁଝିଛନ୍ତି । ଉତ୍ତମ ଚିକିତ୍ସା ପ୍ରଦାନ ପାଇଁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଏଥିସହ ମେଡିକାଲ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଓ ପରିବେଶ ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରିଛନ୍ତି । ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ସେମାନଙ୍କ ନିକଟ ସଂପର୍କୀୟ ମାନଙ୍କୁ ଅବଗତ କରାଇବାକୁ ହେଲ୍ପ ଡେସ୍କ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଏନେଇ ପରାମର୍ଶ ଦେଇଛନ୍ତି ।