ଓଡିଶା

odisha

ETV Bharat / city

ମହାପ୍ରଭୁଙ୍କ ନାଁକୁ କଦର୍ଥ କରିଥିବା ଅଭିଯୋଗରେ କାର୍ଯ୍ୟନୁଷ୍ଠାନ ଦାବି କଲେ ରାଣୀ

ମହାପ୍ରଭୂଙ୍କ ନାଁରେ ଅପଶବ୍ଦ ବ୍ୟବହାର କରିଥିବା ବ୍ୟକ୍ତି ନାଁରେ ଅଭିଯୋଗ କରିବା ପରେ ମଧ୍ୟ ତାଙ୍କୁ ଗିରଫ କରାଯାଇନାହିଁ । ଜଗାକୁ ନ୍ୟାୟ ଦାବିରେ ବଡଦାଣ୍ଡରେ ଅନଶନରେ ବସିଲେ ରାଣୀ । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ନାଁକୁ କଦର୍ଥ କରିଥିବା ଅଭିଯୋଗରେ କାର୍ଯ୍ୟନୁଷ୍ଠାନ ଦାବି କଲେ ରାଣୀ
ମହାପ୍ରଭୁଙ୍କ ନାଁକୁ କଦର୍ଥ କରିଥିବା ଅଭିଯୋଗରେ କାର୍ଯ୍ୟନୁଷ୍ଠାନ ଦାବି କଲେ ରାଣୀ

By

Published : Jul 23, 2021, 10:15 PM IST

ପୁରୀ: ମହାପ୍ରଭୂଙ୍କୁ ନାଁରେ ଅପଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ କାର୍ଯ୍ୟନୁଷ୍ଠାନ ଦାବି କଲେ ଅଭିନେତ୍ରୀ ରାଣୀ ପଣ୍ଡା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ଦିଲ୍ଲୀପ ବିନ୍ଧାଣି ନାମକ ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡ଼ିଆ ଅପଶବ୍ଦ ବ୍ୟବହାର କରିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେବେ ଏହି ଘଟଣାକୁ ନେଇ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଛି । ଏତଲା ଦେଇଛନ୍ତି ଯାତ୍ରା ଜଗତର ନାୟିକା ତଥା ଚର୍ଚ୍ଚିତ ରାଣୀ ପଣ୍ଡା ଦେଇଛନ୍ତି ଏତଲା ।

ମହାପ୍ରଭୁଙ୍କ ନାଁକୁ କଦର୍ଥ କରିଥିବା ଅଭିଯୋଗରେ କାର୍ଯ୍ୟନୁଷ୍ଠାନ ଦାବି କଲେ ରାଣୀ

କର୍ଫ୍ୟୁ ଯୋଗୁଁ ସେ ମାର୍କେଟଛକ ନିକଟରେ ପୁଲିସକୁ ଏତଲା ଦେଇଛନ୍ତି। ଯେତେ ଦିନ ଯାଏଁ ସଂପୃକ୍ତ ଯୁବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ସେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । ଆଜି (ଶୁକ୍ରବାର) ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ଅନଶନ ଆରମ୍ଭ କରିବା ନେଇ ସୂଚନା ମିଳିଛି । ହାତରେ ଥାଳିଧରି ମହାପ୍ରଭୁଙ୍କ ଫଟୋ ସହ ପୁଷ୍ପ ଧୁପ ସହ ପାରମ୍ପରିକ ପୋଷାକରେ ଆସିଛନ୍ତି । ଅଠରନଳା ଠାରୁ ପାଦରେ ଚାଲିଚାଲି ପହଞ୍ଚିଛନ୍ତି ବଡଦାଣ୍ଡରେ ପହଁଞ୍ଚିଛନ୍ତି ରାଣୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ABOUT THE AUTHOR

...view details