ପୁରୀ : ଶ୍ରୀମନ୍ଦିର ଖୋଲିବା ନେଇ ସେବାୟତଙ୍କ ମତାମତ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ଦେବା ଦେବୀ ମନ୍ଦିର ଖୋଲିଵା ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଏହା ପରେ ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଡିଓ କନ୍ଫରେନ୍ସି ଜରିଆରେ ବିଭିନ୍ନ ସେବାୟତ ନିଯୋଗଙ୍କ ସହିତ ଆଲୋଚନା କରିଛନ୍ତି।
ପ୍ରଥମ ଦିବସରେ 4 ଟି ନିଯୋଗଙ୍କ ଠାରୁ ମତାମତ ସଂଗ୍ରହ ପରେ କାର୍ତିକ ମାସ ପରେ ଶ୍ରୀମନ୍ଦିର ଖୋଲିବା ନେଇ ସେବାୟତ ମାନେ ମତ ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ସୁଆର ମହାସୁଆର ନିଯୋଗ , ପ୍ରତିହାରୀ ନିଯୋଗ , ପୂଜାପଣ୍ଡା ନିଯୋଗ ଓ ଖୁଣ୍ଟିଆ ନିଯୋଗ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଶ୍ରୀମନ୍ଦିର ଖୋଲିବା ନେଇ ମତାମତ ସଂଗ୍ରହ କରିଛନ୍ତି। ତେବେ ଏବେ ସୁଦ୍ଧା 5 ଶହରୁ ଅଧିକ ସେବାୟତଙ୍କ ସମେତ ଅନେକ ପୁରୀବାସୀ କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ଏଭଳି ସ୍ଥିତିରେ କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ନ ଖୋଲିବା ପାଇଁ ସେବାୟତ ମାନେ ନିଜ ନିଜ ମତ ଦେଇଛନ୍ତି।