ଓଡିଶା

odisha

ETV Bharat / city

Rath Yatra: ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ଭାଇଭଉଣୀଙ୍କ ପଛରେ ପହଞ୍ଚିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଅଧିକ ପଢନ୍ତୁ

Rath Yatra: ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ବଜ ରଥ
Rath Yatra: ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ବଜ ରଥ

By

Published : Jul 1, 2022, 5:38 PM IST

Updated : Jul 1, 2022, 7:35 PM IST

ପୁରୀ: ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଲା ତିନି ରଥ । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚି ଥିଲା । ବଳଭଦ୍ରଙ୍କ ରଥ ପଛରେ ଦର୍ପଦଳନ ରଥରେ ବସି ପହଞ୍ଚି ଥିଲେ ଭଉଣୀ ସୁଭଦ୍ରା । ଶେଷରେ ପଛେ ପଛେ ଅଗଣିତ ଭକ୍ତ ଗହଣରେ ନନ୍ଦିଘୋଷ ରଥରେ ବସି ମହାପ୍ରଭୁ ମଧ୍ୟ ମାଉସୀ ମା' ମନ୍ଦିର ନିକଟରେ ପହଞ୍ଚଛନ୍ତି । ବର୍ତ୍ତମାନ ଗୁଣ୍ଡିଚା ମନ୍ଦିର ନିକଟରେ ଶ୍ରୀବିଗ୍ରହମାନେ ରହିଛନ୍ତି । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଆଜି ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଦୁଇ ବର୍ଷ ପରେ କାଳିଆ ସାଆନ୍ତେଙ୍କୁ ପାଖରେ ପାଇ ଭାବ ବିହ୍ବଳ ହୋଇପଡିଥିଲେ ଶ୍ରଦ୍ଧାଳୁ । ହରିବୋଲ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଚତୁର୍ଦ୍ଦିଗ ।

ଆଜି ଭୋର ୩ଟାରୁ ମଙ୍ଗଳ ଆଳତୀ ସରିବା ପରେ ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା ଓ ଦିନ ୧୨ଟା ୩୫ରେ ରଥ ଭିଡା ଆରମ୍ଭ ହୋଇଥିଲା ।

Last Updated : Jul 1, 2022, 7:35 PM IST

ABOUT THE AUTHOR

...view details